Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Engineering

ମୁଖ୍ୟ ଖବର

    ଚାଷୀଙ୍କୁ ଦଳିଦେଲା ଦନ୍ତା

    Share on :
    ajab-Image
    Date: Jul 25, 2022    Views: 2492

    ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଆକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ମାରୁଢିପ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀଙ୍କ ନାଁ ଦୁର୍ୟ୍ୟୋଧନ ସାହୁ ବୋଲି ଜଣାପଡ଼ିଛି ।

    ସୂଚନା ଅନୁସାରେ, ଦୁର୍ୟ୍ୟୋଧନ ଖନ୍ଦାବନ୍ଧକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀଟି ପାଦରେ ଦଳି ଦେଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ମାରୁଢିପ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିବାବେଳେ ବନ ବିଭାଗର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    Maximum 500 characters

    Engineering View all

    Find Us on Facebook