Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଗୋଟିଏ ପଟେ ଅପରାଜିତା, ଅନ୍ୟପଟେ ୨ ଯୁବନେତା

    Share on :
    ajab-Image
    Date: Apr 18, 2024    Views: 2541

    ଭୁବନେଶ୍ୱର: ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ ଯୁବ ନେତାଙ୍କ ସହ ଅପରାଜିତାଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି।  

    ବିଜେପି ଅପରାଜିତାଙ୍କୁ  ପୁଣି ପ୍ରାର୍ଥୀ କରି ଭୁବନେଶ୍ୱର ଲୋକ ସଭା ଆସନ ଅକ୍ତିଆର କରିବାକୁ ଚାହୁଁଛି। ସେପଟେ  ତାଙ୍କୁ ଟକ୍କର ଦେବା ପାଇଁ  ମନ୍ମଥ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ ସେ ରାଜନୀତିରେ ନୂଆ।  ଗତ କିଛିବର୍ଷ ହେବ ସେ ଜଟଣୀ ନାଗରିକ କମିଟି ସଭାପତି ଭାବେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲେ।  ଅପରାଜିତାଙ୍କୁ ସେ କଡ୍ଡା ଟକ୍କର ଦେବେ ବୋଲି ଦଳ କହୁଥିବା ବେଳେ ତାଙ୍କୁ ନେଇ କର୍ମୀ, ନେତା ଉତ୍ସାହିତ ଅଛନ୍ତି।  
    କଂଗ୍ରେସ ଯୁବ ନେତା ୟାସିର ନୱାଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ସେ ରାଜଧାନୀରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ନେଇ ସ୍ବର ଉତ୍ତୋଳନ କରି ଆସିଛନ୍ତି।  ପ୍ରାର୍ଥୀ ଘୋଷଣା ପରେ ମନ୍ମଥ ଓ ଅପରାଜିତାଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ସେମାନେ ସରକାରୀ ଚାକିରି ଛାଡ଼ି ଆସିଛନ୍ତି। କିନ୍ତୁ ସେ ଛାତ୍ର ନେତା। ଛାତ୍ର ଜୀବନରୁ ଲଢି ଆସିଛି। ସେହିପରି ମନ୍ମଥ କୁହନ୍ତି, ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ନବୀନ ସରକାରଙ୍କ ଲୋକପ୍ରିୟତା, ଜନକଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟ ପ୍ରଗତି ପଥରେ ଆଗେଇ ଚାଲିଛି। ବିଜେଡି ଏକ ପ୍ରଗତିଶୀଳ ଦଳ।  ବିପୁଳ ଭୋଟ୍‌ ବ୍ୟବଧାନରେ ସେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ମନ୍ମଥ। ଅପରପକ୍ଷେ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନା, ବିକଶିତ ଭାରତ ଗଠନ ପାଇଁ ଲୋକେ ଭାଜପାକୁ ଚାହୁଁଛନ୍ତି ଏବଂ ଗତ ନିର୍ବାଚନ ପରି ଚଳିତ ନିର୍ବାଚନରେ ତାଙ୍କୁ ବହୁମତ ମିଳିବ ବୋଲି କହୁଛନ୍ତି।
     ଗତ ନିର୍ବାଚନରେ  ଭୁବନେଶ୍ବରରେ ବିଜେପି-ବିଜେଡି ଭିତରେ ଲଢେଇ ଦେଖିବାକୁ ମିଳିଥିଲା ।  ଅପରାଜିତାଙ୍କୁ କଡା ଟକ୍କର ଦେଇଥିଲେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ। ତେବେ ନିର୍ବାଚନର ଫଳାଫଳ ବିଜେପିପକ୍ଷରେ ଯାଇଥିଲା। ହେଲେ ସେତେବେଳେ ଭୁବନେଶ୍ବର ଲୋକ ସଭା କ୍ଷେତ୍ରରୁ ପ୍ରାର୍ଥୀ ଦେଇ ନ ଥିଲା ବିରୋଧୀ କଂଗ୍ରେସ। ସିପିଏମ୍‌ର ଜନାର୍ଦ୍ଦନ ପତିଙ୍କୁ କଂଗ୍ରେସ ସମର୍ଥନ କରିଥିଲା। ଚଳିତ ଥର ୟାସିର ପ୍ରାର୍ଥୀ ହୋଇଥିବାରୁ ଲଢ଼େଇ ତ୍ରିମୁଖୀ ହେବ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook