Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆସନ୍ତାକାଲି ୧୦୨ ଆସନରେ ପଡିବ ଭୋଟ

    Share on :
    ajab-Image
    Date: Apr 18, 2024    Views: 4413

    ନୂଆଦିଲ୍ଲୀ:  ଆସନ୍ତାକାଲି ପ୍ରଥମ ପର୍ୟ୍ୟାୟ ମତଦାନ । ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୧୦୨ଟି ଆସନ ପାଇଁ ମତଦାନ ହେବ । ଏଥିରେ ପ୍ରାୟ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ୟ୍ୟନ୍ତ ମତଦାନ ହେବ ।
    ୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି । ରାଜସ୍ଥାନର ୧୨, ୟୁପିର ୮, ଉତରାଖଣ୍ଡର ୫, ବିହାରର ୪, ଆସାମର ୪, ମଧ୍ୟପ୍ରଦେଶର ୬, ଅରୁଣାଚଳ ପ୍ରଦେଶର ୨ ଆସନରେ ଭୋଟ୍ ଗ୍ରହଣ ହେବ ।

    ସେହିପରି ପଶ୍ଚିମବଙ୍ଗର୩, ମହାରାଷ୍ଟ୍ରର ୫ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ୟ୍ୟାୟରେ ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ଜିତେନ୍ଦ୍ର ସିଂହ, ଚିରାଗ ପାଶୱାନ, ନକୁଲ ନାଥ, କେ ଆନ୍ନାମଲାଇ, ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, କାନିମୋଝି ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook