ମୁଖ୍ୟ ଖବର
ଭୁବନେଶ୍ୱର: କଂଗ୍ରେସରେ ଡିଲ୍ ଚାଲିଛି। କଂଗ୍ରେସକୁ ହରାଇବା ପାଇଁ ଜାଣିଶୁଣି ଭିତିରିଆ ଷଢଯନ୍ତ୍ର ଚାଲିଛି। ପରିବାରର କାହାକୁ ଟିକେଟ୍ ନ ମିଳିବା ଆଘାତ ଦେଇଛି ଥିବା ଶିଶିର ଗମାଙ୍ଗ କହିଛନ୍ତି।କଂଗ୍ରେସରୁ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ ଏହି ଅଭିଯୋଗ ଆଣିଛନ୍ତି।
ବିଜେଡି, ଭାଜପା ପରେ ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେଡି ୭୨, ଭାଜପା ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକାରେ ଗେମ୍ ଖେଳିଛି। କିଛି ପୁରୁଣା ନେତା ଏବଂ ନୂଆ ଚେହେରାଙ୍କୁ ସୁଯୋଗ ଦେଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କୁ ଏଥିରୁ ବାଦ୍ ଦେଇଛି। ଯାହାକୁ ନେଇ ଆଶୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହି ସମୟରେ କଂଗ୍ରେସରୁ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ କଂଗ୍ରେସରେ ଡିଲ୍ ଚାଲିଥିବା କହିଛନ୍ତି।
ସେ କହିଛନ୍ତି, କଂଗ୍ରେସ ଦଳରେ ଭିତିରିଆ ଡିଲ୍ ଚାଲିଛି। ପରିବାରରୁ ଜଣଙ୍କୁ ଟିକେଟ ମିଳିବ ବୋଲି ପିସିସି ସଭାପତି ଯେଉଁ ମନ୍ତବ୍ୟ ଦେଉଥିଲେ ତାହାର ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।
ଏଥିସହ ସେ କହିଛନ୍ତି, ଗତକାଲି ଦଳର ଯେଉଁ ଲିଷ୍ଟ ବାହାରିଲା, ତାହା ଦେଖି ଆମେ ଚକିତ ଓ ହତବାକ ହୋଇ ଯାଇଛୁ। ଆମ ପରିବାରର କାହାକୁ ବି ଟିକେଟ ମିଳିନି।
ମାତ୍ର ଭୁଜବଳ ମାଝିଙ୍କ ପରିବାର ୪ ଜଣଙ୍କୁ ଟିକେଟ ମିଳିଛି। ତାଙ୍କୁ ନବରଙ୍ଗପୁର ଲୋକସଭା ଆସନ ଟିକେଟ ଦିଆଯାଇଥିବା ବେଳେ ତାଙ୍କ ଝିଅ, ଶଳା, ପୁତୁରାଙ୍କୁ ମଧ୍ୟ ଟିକେଟ ଦେଇଛି ଦଳ। ଏହାଦେଖି ଆମେ ଖୁବ୍ ଗଭୀର ଧକ୍କା ପାଇଛୁ। ଏନେଇ ହାଇକମାଣ୍ଡ ଓ ଦଳର ପୁରୁଖା ନେତାଙ୍କ ସହ ଆଲୋଚନା କରିବୁ।
Comments ସମସ୍ତ ମତାମତ