ମୁଖ୍ୟ ଖବର
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ପ୍ରଥମ ପର୍ୟ୍ୟାୟରେ ୧୧୨ ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଏହି ତାଲିକାରେ ବ୍ରହ୍ମଗିିରିରୁ ବିଧାନସଭା ପ୍ରାର୍ଥୀ ରହିଛନ୍ତି ଉପାସନ ମହାପାତ୍ର । ବ୍ରହ୍ମଗିରି ବିଧାନସଭା ଆସନରେ ବିଧାୟକ ଥିଲେ ଉପାସନଙ୍କ ବାପା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଏଥର ଏହି ଆସନରୁ ଲଢିବେ ଉପାସନା । ବ୍ରହ୍ମଗିରି ଆସନ ସବୁ ବେଳେ ଚର୍ଚ୍ଚିତ ରହିଛି । କାରଣ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡିର ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ଥିବା ରାଜନୈତିକ ପତିଆରା ଲଢେଇ । ଉପାସନାଙ୍କ ବାପା ଲଲାଟେନ୍ଦ୍ୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ଆସନରୁ ତିନି ତିନି ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
୨୦୦୯ ଓ ୨୦୧୪ରୁ ସେ ସଞ୍ଜୟ ଦାସ ବର୍ମାଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ । ଲୁଲୁ ମହାପାତ୍ରଙ୍କ ପରଲୋକ ପରେ ତାଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ଝିଅ ଉପାସନା ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ବିଧାନସଭା ନର୍ବାଚନରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପି ପାର୍ଥୀ ଭାବେ ଲଢି ସଞ୍ଜୟ ଦାସ ବର୍ମାଙ୍କୁ ପରାସ୍ତ କରିଥିଲେ । ଏଥର ଉପାସନା ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେଡିରୁ ପ୍ରାର୍ଥୀ ରହିଛନ୍ତି ଉମାକାନ୍ତ ସାମନ୍ତରାୟ ।ବ୍ରହ୍ମଗିରିରେ ଏଥର ଦୁଇ ନୂଆ ମୁହଁ ପ୍ରତିଦ୍ୱନ୍ଦ୍ୱିଙ୍କୁ ଦେଖିବାକୁ ମିଳିବ । ଏହି ମହାଲଢେଇରେ କିଏ ବାଜି ମାରିବ ତାହା ଦେଖିବା ବାକି ରହିଲା ।
Comments ସମସ୍ତ ମତାମତ