Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଡୁଆରେ ସମ୍ବିତ ପାତ୍ର, ଏତଲା ରୁଜୁ ପାଇଁ ଅଦାଲତଙ୍କ ନିଦେ୍ର୍ଧଶ

    Share on :
    ajab-Image
    Date: Nov 25, 2021    Views: 3987

    ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆପତ୍ତିଜନକ ଭିଡିଓ ଅପଲୋଡ କରିବା ମାମଲାରେ ଦିଲ୍ଲୀର ତିସହଜାରୀ ଅଦାଲତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଙ୍ଗଳବାର ନିଦେ୍ର୍ଧଶ ଦେଇଛନ୍ତି । ଅଭିଯୋଗ ଅନୁସାରେ ଡ.ପାତ୍ର ଜାଣିଶୁଣି ଗତ ଜାନୁଆରୀ ମାସରେ କୃଷକ ଆନେ୍ଦାଳନ ସମ୍ପର୍କିତ ଏକ ମିଥ୍ୟା ଓ ମନଗଢ଼ା ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଟ୍ୱିଟରରେ ଅପଲୋଡ କରି ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଟା କରିଥିଲେ । ଭିଡିଓରେ କୃଷି ବିଧେୟକର ଫାଇଦା ବିଷୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉପସ୍ଥାପନା କରୁଥିବା ତଥ୍ୟ ରହିଥିଲା । 
    ବିଶେଷ କରି ବିଧେୟକ ଲାଗୁ ହେଲେ ଚାଷୀ ନିଜର ଚାଷ ଜମି, ସର୍ବନିମ୍ନ ସହାୟକ ମୂଲ୍ୟ ଓ ମଣ୍ଡି ସୁବିଧା ହରାଇବେ ନାହିଁ । ଏପରିକି ନିଜର କୃଷି ଉପôାଦନ ଲାଗି ଚାଷୀଙ୍କୁ ସର୍ବୋକ୍ରୃଷ୍ଟ ମୂଲ୍ୟ ମିଳିବ ଓ ସେମାନେ ଚାହିଁଲେ ଦେଶର ଯେକୌଣସି ସ୍ଥାନରେ ବିକି୍ର କରିପାରିବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହୁଥିବା ଦୃଶ୍ୟ ରହିଥିଲା । ଏହି ପ୍ରସଙ୍ଗରେ ଫେବୃୟାରୀ ୨୧ରେ ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଇଷ୍ଟେଟ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏହାକୁ ଏଫଆଇଆର ଭାବେ ଗ୍ରହଣ କରିନଥିଲେ । ଫଳରେ ଅଭିଯୋଗକାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook