Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଦୀପାବଳି ଅବସରରେ ଦାନ କରନ୍ତୁ ନାହିଁ ଏହି ଜିନିଷ, ମା’ ଲକ୍ଷ୍ମୀ ହୋଇଯିବେ ରୁଷ୍ଟ

    Share on :
    ajab-Image
    Date: Oct 13, 2022    Views: 3673

    ଭୁବନେଶ୍ୱର: ଆସୁଛି ଦୀପାବଳି । ଦୀପାବଳି ଓ ଧନତେରାସ ଉପଲକ୍ଷେ ଘରେଘରେ ପୂଜା ପାଆନ୍ତି ମା’ ଲକ୍ଷ୍ମୀ । ଏହି ପୂଜା ଅବସରରେ କିଛି ଘରୋଇ ଜିନିଷ କେବେ ହେଲେ ଦାନ କରନ୍ତୁ ନାହିଁ । ହେଲେ କିଛି ଜିନିଷ ଏପରି ଅଛି ଯାହାକୁ କେବେ ହେଲେ ବି ଦାନ କରିବା ଅଶୁଭ । ଏପରି କଲେ ଦରିଦ୍ରତା ଆସିଥାଏ । ମା’ ଲକ୍ଷ୍ମୀ ରୁଷ୍ଟ ହୋଇଯାଆନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କରେ:

    ଝାଡ଼ୁ: ଧନତେରସରେ ଅନ୍ୟ ବସ୍ତୁ ସହ ଲୋକ ଝାଡ଼ୁ କିଣିଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ ଝାଡ଼ୁ ଘରର ଦରିଦ୍ରତା ଦୂର କରିଥାଏ । ଏଥିଯୋଗୁ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ହେଲେ ଝାଡ଼ୁକୁ ଦାନ କରିବା ଅଶୁଭ । ଏହାଦ୍ୱାରା ଘରେ ଧନସମ୍ପଦ ବୃଦ୍ଧି ପାଏ ବୋଲି ମାନ୍ୟତା ରହିଛି । ଝାଡ଼ୁ ଦାନ କଲେ ଘରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି ।

    ପ୍ଲାଷ୍ଟିକ ବସ୍ତୁର କରନ୍ତୁ ନାହିଁ ଦାନ: ଆଜିକାଲି ସମସ୍ତଙ୍କ ଘରେ ପ୍ଲାଷ୍ଟିକର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏହାକୁ କେବେହେଲେ ଦାନରେ ଦିଅନ୍ତୁ ନାହିଁ । ଏପରି କଲେ ଘରର ଶାନ୍ତି ଚାଲି ଯାଇଥାଏ । ବିଶେଷ କରି ଏହି ଦୀପାବଳି ଅବସରରେ ପ୍ରତି ଓଡ଼ିଆ ଘରେ ମା’ ଲକ୍ଷ୍ମୀ ପୂଜା ପାଆନ୍ତି ଏହି ଅବସରରେ ଦାନ କରିବା ଦ୍ୱାରା ମା’ ଲକ୍ଷ୍ମୀ ରୁଷ୍ଟ ହେବା ସହ ଧନହାନୀ ମଧ୍ୟ ହୋଇଥାଏ ।

    ବାସୀ ଜିନିଷ କାହାକୁ ଦାନରେ ଦିଅନ୍ତୁ ନାହିଁ: ଖାଦ୍ୟରେ ବସନ୍ତି ମା’ ଲକ୍ଷ୍ମୀ । ରୋଷଘରକୁ ମା’ ଲକ୍ଷ୍ମୀଙ୍କ ଭଣ୍ଡାର ବୋଲି କୁହାଯାଏ । ଯେତିକି ରୋଷେଇ କରିବା ସେତିକି ଖାଇବା ଆବଶ୍ୟକ ଅତ୍ୟଧିକ ରାନ୍ଧି ପକାଇବା ଦ୍ୱାରା ଲକ୍ଷ୍ମୀଛଡ଼ା ହୋଇଥାନ୍ତି ଲୋକେ । ଅନେକ ଥର ଲୋକ ଦାନରେ ବାସୀ ଭୋଜନ ଦେଇଥାନ୍ତି । ଏହା କରିବା ଅଶୁଭ । ଏହାଦ୍ୱାରା ଲକ୍ଷ୍ମୀ ଏବଂ ଦେବୀ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ।

    ଷ୍ଟିଲ ବାସନ ଦାନ କରନ୍ତୁ ନାହିଁ: ଦାନରେ ଘରେ ରଖାଯାଇଥିବା ଷ୍ଟିଲ ବାସନ ଦିଅନ୍ତୁ ନାହିଁ । ଏପରି କଲେ ଧନ ହାନି ହୋଇଥାଏ । ଷ୍ଟିଲ ବାସନ ଦାନ କଲେ ଘରେ ଶାନ୍ତି କ୍ଷୂର୍ଣ୍ଣ ହୁଏ ବୋଲି ମାନ୍ୟତା ରହିଛି ।

    ଲକ୍ଷ୍ମୀ ଫଟୋ କେବେହେଲେ ଦାନ କରନ୍ତୁ ନାହିଁ: ବହୁତ ଲୋକ ଲକ୍ଷ୍ମୀ ପ୍ରତିମା ଅଙ୍କିତ ଥିବା ରୂପା ମୁଦ୍ରା ଦାନରେ ଦେଇଥାନ୍ତି । ଏପରି କଲେ ଘରେ ଦରିଦ୍ରତା ଆସିଥାଏ । ଏହାଛଡ଼ା ଫଟୋ ଏବଂ ଲକ୍ଷ୍ମୀ ଥିବା ଅନ୍ୟ ସାମଗ୍ରୀ ମଧ୍ୟ ଦାନ କରନ୍ତୁ ନାହିଁ ।

    Maximum 500 characters

    ଘରକରଣ View all

    Find Us on Facebook