Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳିରେ ଭୁଲରେବି କରନ୍ତୁ ନାହିଁ ଏହି ୭ଟି କାମ

    Share on :
    ajab-Image
    Date: Nov 4, 2021    Views: 2637


    ଭୁବନେଶ୍ୱର: ଆଜି ସୁଖ, ସମୃଦ୍ଧି ଓ ଆଲୋକର ପର୍ବ ଦୀପାବଳି । କାର୍ତ୍ତିକ ମାସର ଅମାବାସ୍ୟା ରାତ୍ରିରେ ପରିବେଶକୁ କିଛି ସମୟ ଆଲୋକିତ କରିବାର ଏହା ଏକ ନିଆରା ପରମ୍ପରା । ଏହି ଦିନ ମା’ଲକ୍ଷ୍ମୀ ଧରାପୃଷ୍ଠକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଏମିତି କିଛି କାର୍ଯ୍ୟ ରହିଛି, ତାହା ଦୀପାବଳିରେ କରବା  ଅନୁଚିତ୍ ହୋଇଥାଏ । ତେବେ ଆସନ୍ତୁ ଜାଣିବା କ’ଣ ସେ କାର୍ଯ୍ୟଗୁଡିକ,
    -ଦୀପାବଳି ଦିନ ବିଳମ୍ବ ଯାଏ ଶୋଇ ରହିବା ଅନୁଚିତ୍ ହୋଇଥାଏ । ଏହି ଦିନ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । 
    -ଦୀପାବଳିର ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ୍ । କେବଳ ଶିଶୁ, ବୃଦ୍ଧ ଓ ରୋଗୀମାନଙ୍କୁ ବାଦ୍ ଦେଇ ଅନ୍ୟମାନେ ସନ୍ଧ୍ୟାବେଳେ ଶୋଇବା ଅନୁଚିତ୍ ହୋଇଥାଏ । ଏହି ଦିନ ସନ୍ଧ୍ୟା ସମୟରେ ଶୋଇବା ଦ୍ୱାରା ମହାଲକ୍ଷ୍ମୀ କୋପ କରିଥାନ୍ତି ଓ ପରିବାରରେ ଦାରିଦ୍ର ଗ୍ରାସ କରେ । 
    -ଦୀପାବଳି ପୂଜା ଆରାଧନାର ପର୍ବ, ତେଣୁ ଏହି ଦିନ ନିଶା ସେବନ କରନ୍ତୁ ନାହିଁ । ନିଶା ସେବନ କରିବା ଦ୍ୱାରା ଘରେ ଅଭାବ ଲାଗି ରହିବ । 
    -ଏହି ଦିନ ଗୁରୁଜନଙ୍କୁ ଅସମ୍ମାନ କରନ୍ତୁ ନାହିଁ । ଦୀପାବଳିରେ ଗୁରୁଜନଙ୍କ ସେବା କଲେ ଆଶୀର୍ବାଦ ମିଳିବା ସହ  ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । 
    -ଦୀପାବଳି ଦିନ ନିଜ କଥା ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । କୌଣସି ପ୍ରକାର ଝଗଡା, ବାଦବିବାଦ ଦୀପାବଳି ଦିନ କରିବା ମନା । ଯଦି ଏପରି କରନ୍ତି ତେବେ ଲକ୍ଷ୍ମୀଙ୍କ କୃପାରୁ ବଞ୍ଚିତ ହେବେ ।
    -ପରିଷ୍କାର, ପରିଚ୍ଛନ ଗୃହରେ ଦେବାଦେବୀ ବାସ କରନ୍ତି । ଦୀପାବଳି ଅବସରରେ ଘରକୁ ସଫା ରଖିବା ନିହାତି ଜରୁରୀ । ଘରକୁ ଆଦୌ ଅସଜଡା ରଖନ୍ତୁ ନାହିଁ । ଏଥିସହିତ ରଙ୍ଗୋଲି ପ୍ରସ୍ତୁତ କରି ଫୁଲରେ ଘରକୁ ସଜେଇ ପାରିବେ ।  

    Maximum 500 characters

    ସଂସ୍କୃତି View all

    Find Us on Facebook