Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କାହିଁକି ଦୀପାବଳିରେ ପୂର୍ବପୁରୁଷମାନଙ୍କୁ ଶ୍ରାଦ୍ଧ ଦିଆଯାଏ ଜାଣନ୍ତୁ

    Share on :
    ajab-Image
    Date: Oct 25, 2021    Views: 2938

    ଭୁବନେଶ୍ୱର: ଆଲୋକ ଓ ଅନନ୍ଦର ପର୍ବ ହେଉଛି ପବିତ୍ର ଦୀପାବଳି । ଏହାକୁ ଭାରତୀୟମାନେ ଅତ୍ୟନ୍ତ ଉସôାହର ସହ ପାଳନ କରିଥାନ୍ତି । ମନ୍ତ୍ରଦ୍ରଷ୍ଟା ଋଷିଗଣଙ୍କ ମତରେ ଏହି ପର୍ବ ହେଉଛି ସୌଭାଗ୍ୟଲକ୍ଷ୍ମୀ ପ୍ରାପ୍ତିର ମହୋସôବ । ଏଥିରେ ଦୀପ ଜାଳି ସମସ୍ତ କୁଶକ୍ତିକୁ ନାଶ କରିବା ପାଇଁ ପ୍ରାର୍ଥନା କରାଯାଏ । ଦୀପ ହେଉଛି ଅଗ୍ନିର ପ୍ରତୀକ । ଭାରତୀୟ ପରମ୍ପରାରେ ଦୀପ ବିନା କୌଣସି ପବିତ୍ର କାର୍ଯ୍ୟ କରାଯାଇନଥାଏ । ପୂଜା ଅନୁଷ୍ଠାନ ମାନଙ୍କର ଶୁଭାରମ୍ଭ ଦୀପ ପ୍ରଜ୍ୱଳନ ଦ୍ୱାରା ହିଁ ହୋଇଥାଏ । 
    ତେବେ ଧର୍ମ ମାସ କାର୍ତ୍ତିକର ଅମାବାସ୍ୟାରେ ଗୃହ, ଦେବାଳୟ ଆଦିକୁ ଦୀପାଲୋକରେ ସୁସଜ୍ଜିତ କରିବା ପୂର୍ବକ ଆଲୋକ ଓ ଆନନ୍ଦର ମହାନୁଭବତାରେ ଭକ୍ତ ଉଦବୁଦ୍ଧ ହୋଇଥାଏ । ଆର୍ଯ୍ୟଋଷିଙ୍କ ମତରେ ଏହି ପୂର୍ଣ୍ଣ୍ୟକାଳ ମଧ୍ୟରେ ପିତୃଗଣଙ୍କ ଶ୍ରାଦ୍ଧ ନିମିତ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ । ସୂର୍ଯ୍ୟ କନ୍ୟାରାଶିକୁ ଗମନ ପୂର୍ବକ ଚନ୍ଦ୍ରଙ୍କ ସହିତ ମିଳିତ ହେବାର ମସୟଠାରୁ ଅର୍ଥାତ ମହାଳୟାଠାରୁ ପୃଥିବୀ ପିତୃଲୋକର ନିକଟବର୍ତ୍ତି ହୋଇଥାଏ ଓ ଦିବଂଗତ ମିତୃପିତୃଗଣ ସୂକ୍ଷ୍ମ ଶରୀରରେ ଚନ୍ଦ୍ରାଲୋକର ଉଦ୍ଧ୍ୱର୍ସ୍ଥିତ ପିତୃଲୋକରେ ନିକଟବର୍ତ୍ତୀ ହୋଇଥାଏ । ଏହି ସମୟରେ ପୂର୍ବପୁରୁଷ ଅଶରୀରୀ ଭାବରେ ଧରାପୃଷ୍ଠକୁ ଅବତରଣ କରିଥାଆନ୍ତି ।

    ତେବେ ପରଲୋକଗତ ପୂର୍ବାସୁରୀଙ୍କର ଶୁଭ ଆଗମନର ସାମ୍ମାନାର୍ଥେ ଶାସ୍ତ୍ର ବିଧିରେ ମହାଳୟ, ଶ୍ରାଦ୍ଧାନୁଷ୍ଠାନ ଓ ପିଣ୍ଡଦାନ ପରେ ଦୀପାବଳି ଅମାବାସ୍ୟାରେ ପୟା ଶ୍ରାଦ୍ଧ ସଂପନ୍ନ ପୂର୍ବକ ପିତୃଗଣଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଏ । ବେଦାତୀତ ପିତୃମାତୃଗଣ, ସନକାଦି ସପ୍ତ ମନୁଷ୍ୟ, ଭୂତ, ପ୍ରେତ, ରାକ୍ଷସ, ଯକ୍ଷ, ପିଶାଚ, ନଦୀ, ପର୍ବତ, ବୃକ୍ଷ ଲତା, ପର, ଅପର ସମସ୍ତଙ୍କ ଉଦେ୍ଧଶ୍ୟରେ ସମଷ୍ଟି ପଦାର୍ଥ ସହ ପ୍ରଜ୍ୱଳିତ ଦୀପଦାନ କରାଯାଇଥାଏ । ଏହା ହେଉଛି ପୂର୍ବସୂରୀ ସ୍ମରଣର ଏହା ଏକ ମହାନ ପରମ୍ପରା । 

    Maximum 500 characters

    ସଂସ୍କୃତି View all

    Find Us on Facebook