Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଅନ୍ତଃକନ୍ଦଳ:ଧର୍ମେନ୍ଦ୍ରଙ୍କ ସାମ୍ନାରେ ରକ୍ତାକ୍ତ ସଂଘର୍ଷ

    Share on :
    ajab-Image
    Date: Apr 14, 2024    Views: 3853

    କଟକ : ରାଜ୍ୟ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ଏହାକୁ ନେଇ ସୃଷ୍ଟି ହୋଇଥିବା ଅନ୍ତଃକନ୍ଦଳ ଦାନା ବାନ୍ଧିଛି । ଦଳର ଅସନ୍ତୁଷ୍ଟ କର୍ମୀ ଓ କର୍ମକର୍ତ୍ତା ରାଜ୍ୟ କାର୍ୟ୍ୟାଳୟଠାରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ ଯାଏଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଖୋଦ୍‌  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ନାରେ ହୋଇଛି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ।

     ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲିରେ ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇ ୫ ଗୁରୁତର ହୋଇଛନ୍ତି। କଟକ-ଚୌଦ୍ବାରରେ ପ୍ରଚାର ବେଳେ ପଦାରେ ପଡ଼ିଛି ବିଜେପିର ତୀବ୍ର ଗୋଷ୍ଠୀକନ୍ଦଳ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନୟନ କିଶୋର ମହାନ୍ତିଙ୍କ ସମର୍ଥକ ଓ ବିପକ୍ଷବାଦୀ ମୁହାମୁହିଁ ହୋଇଛନ୍ତି। ନୟନ କିଶୋରଙ୍କୁ ଦଳ ଟିକେଟ ଦେବା ପରଠୁ କୁହୁଳୁଥିବା ଅସନ୍ତୋଷର ବିସ୍ଫୋରଣ ହୋଇଛି । ନୟନଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଦୃଢ଼ ବିରୋଧ କରାଯିବା ସହିତ ଉପସ୍ଥିତ ବିଜେପି କର୍ମୀ ରକ୍ତମୁଖା ହୋଇ ପଡ଼ିଥିଲେ। ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ, କଥା କଟାକଟି ଏବଂ ଶେଷରେ ଢେଲା ପଥର ମାଡ ହୋଇଥିଲା। ଏହି ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀର ୫ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଏସ୍‌‌ସିବିରେ ଭର୍ତ୍ତି କରାଯାଇଛି। ସଭାରେ ଆକ୍ରମଣ ଓ ପ୍ରତିଆକ୍ରମଣ ଏତେ ଜୋର୍‌‌ରେ ଥିଲା ଯେ, ଉକ୍ତ ରାସ୍ତା ଅଢେଇ ଘଣ୍ଟା କାଳ ବନ୍ଦ ହୋଇ ଯାଇଥିଲା। ସେଠାରେ ଉତ୍ତେଜନା ଅଣାୟତ୍ତ ହେବାରୁ ମାଲଗୋଦାମ ଥାନା ପୁଲିସ ଘଟଣାସ୍ଥଳୀରେ ପହଞ୍ଚି ଉତ୍ତ୍ୟକ୍ତ କର୍ମୀଙ୍କୁ ବୁଝାସୁଝା କରିଥିଲା।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook