Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାର ବ୍ରାଣ୍ଡ୍ ଧର୍ମପଦ: ଧର୍ମେନ୍ଦ୍ର

    Share on :
    ajab-Image
    Date: Jan 21, 2023    Views: 3012

    ଭୁବନେଶ୍ୱର:  ଆମ ଭାରତୀୟ ଜୀବନ ପ୍ରବାହରେ ବ୍ରାଣ୍ଡ୍‌ର ଯଥାର୍ଥତା ଅସୀମ। ମହାପ୍ରଭୁ ଶ୍ରୀଜଗନ୍ନାଥ, ହିମାଳୟ, ସାଗର, ସମ୍ରାଟ ଖାରବେଳ, ହଜାର ହଜାର ବର୍ଷ ପୁରୁଣା ଓଡ଼ିଆ ଭାଷା ଆମ ପାଇଁ ଗୋଟିଏ ଗୋଟିଏ ବ୍ରାଣ୍ଡ୍। ଓଡ଼ିଶାର ବ୍ରାଣ୍ଡ୍ ଧର୍ମପଦ। କେବଳ ବସ୍ତୁବାଦୀ ସାମଗ୍ରୀ ନୁହେଁ, ବରଂ ଧର୍ମପଦର ଚରିତ୍ର, ତପସ୍ୟା, ତ୍ୟାଗ ଆମ ସମାଜ ଓ ଓଡ଼ିଆ ଜାତିର ପରିଚୟ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

    କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ ଦୁନିଆରେ ବିଶ୍ୱ ଦ୍ରୁତ ଗତିରେ ସଙ୍କୁଚିତ ହେଉଛି। ଭାରତରେ ୫-ଜିର ଶୁଭାରମ୍ଭ ହୋଇଛି। ଡିଜିଟାଲ ଦୁନିଆରେ ଭାରତ ଧୀରେ ଧୀରେ ନେତୃତ୍ୱ ନେବା ପାଇଁ ଅଗ୍ରସର ହେଉଛି। ଆଉ ଓଡ଼ିଶା ମଧ୍ୟ ଏହି ଯାତ୍ରାରେ ଆଗରେ। ଓଡ଼ିଶାର ବ୍ରାଣ୍ଡ ଆଗକୁ ଭାରତକୁ ନେତୃତ୍ୱ ଦେବ। ଓଡ଼ିଶା ଭାରତର ନେତୃତ୍ୱ ନେଲେ ବିଶ୍ୱରେ ଗର୍ବିତ ହେବ। ସଂପ୍ରତି ୧୦୦ ଟଙ୍କା ଡିଜିଟାଲ୍ କାରବାର ହେଲେ ତାହାର ୪୦ ପ୍ରତିଶତ ଅର୍ଥାତ୍‌ ୪୦ ଟଙ୍କାର ଡିଜିଟାଲ କାରବାର ଭାରତରେ ହେଉଛି। ଆଗାମୀ ଦିନରେ ଭାରତର ବଜାରକୁ ବିଶ୍ୱ ସହ ଓ ବିଶ୍ୱ ବଜାରକୁ ଭାରତ ସହ ଯୋଡିବାର ଏ ହେଉଛି ଚାବିକାଠି। ଆଉ ଏହି ସମ୍ଭାବନାର ସହଜ ସ୍ଥାନ ହେଉଛି ଓଡ଼ିଶା। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଅର୍ଥନୀତି ହେଉଛି ବୌଦ୍ଧିକ ଜ୍ଞାନର ଅର୍ଥନୀତି ଏବଂ ଓଡ଼ିଶା ଏହାର ପେଣ୍ଠସ୍ଥଳୀ ହେବାର ସମ୍ଭାବନା ରହିଛି।

    ଓଡ଼ିଶା ଇତିହାସ ସମ୍ପର୍କରେ ବର୍ଣ୍ଣନା କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ଧଉଳିରେ ସମ୍ରାଟ ଅଶୋକ ଦିନେ ଧର୍ମାଶୋକରେ ପରିଣତ ହୋଇଥିଲେ। ସ୍ବାଭାବିକ ଭାବେ ଇତିହାସ ପଢ଼ି ଲୋକେ ଏକଥା ଜାଣିଛନ୍ତି। ମାତ୍ର ନମ୍ରତାର ସହ କହୁଛି ଯେ ମୁଁ ଏହାକୁ ମାନିବି ନାହିଁ। କାରଣ ମୋର ପୂର୍ବଜମାନେ ସେତେବେଳେ ପ୍ରଭାବଶାଳୀ ନ ଥିଲେ। ଏକ ଲକ୍ଷ ଲୋକ ମରିବା ଉପାରନ୍ତେ ମୋ ମନରେ ଯେଉଁ ଗ୍ଲାନି ଥିଲା ମୁଁ ଇତିହାସ ଲେଖିବା ପାଇଁ ସୁଯୋଗ ପାଇ ନ ଥିଲି। ମୁଁ ଯଦି ସୁଯୋଗ ପାଇଥାନ୍ତି ତେବେ କହିଥାନ୍ତି ବୋଧ ହୁଏ ତତ୍କାଳିକ ସ୍ଥିତିର ସବୁଠାରୁ ବଡ଼ ପ୍ରତିରୋଧ ମୋ ଜାତି, ମୋ ସମାଜ କରିଥିଲା। ମୁଁ ଇତିହାସକୁ ଏହି ଢଙ୍ଗରେ ଲେଖିଥା’ନ୍ତି ବୋଲି ସେ କହିଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook