Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କାହିଁକି ଧନତେରସ ପାଳନ କରାଯାଏ, ଜାଣନ୍ତୁ

    Share on :
    ajab-Image
    Date: Nov 3, 2021    Views: 2930

    ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ସୁଖ, ସମୃଦ୍ଧିକୁ ସାଙ୍ଗରେ ଧରି ଆସିବ ଆଲୋକର ପର୍ବ ଦୀପାବଳି । ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛ । ଧନତେରସ ହେଉଛି ଧନ ଆଗମନର ପର୍ବ । କାର୍ତ୍ତିକ ଶୁକ୍ଳ ତ୍ରୟୋଦଶିରେ ଧନତେରସ ପାଳନ କରାଯାଇଥାଏ । ଏହିଦିନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି ।  ସେଥିପାଇଁ ଏହାକୁ ଧନତେରସ କୁହାଯାଏ । ଏହି ଦିନ ମାତା ଲକ୍ଷ୍ମୀ ଓ କୁବେରଙ୍କ ସହ ଧନ୍ୱନ୍ତରୀ ଙ୍କ ଉପାସନା କରାଯାଏ । ଏହି ଦିନରେ ଆମେ ଉତ୍ତମ ସ୍ୱାସ୍ଥ୍ୟ ଓ ଧନର ଆଗମନ ପାଇଁ ପ୍ରାର୍ଥନା କିରିଥାଉ । ରୂପା କିଣିବା ଏହି ଦିନର ଏକ ମହାନ ପରମ୍ପରା ଅଟେ । ରୂପା ଅର୍ଥ ଚନ୍ଦ୍ର, ଯାହା ଉଭୟ ଧନ ଓ ମନର ଦେବତା ସହ ଶୀତଳତା ଓ ସନ୍ତୁଷ୍ଟିର ପ୍ରତୀକ ।
     ଏପରି କଲେ ଘରେ ଅଭାବ ରୁହେନାହିଁ ବୋଲି ବିଶ୍ୱାସ ରହିଛି । ତେବେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଭଗବାନ ଧନ୍ୱନ୍ତରୀ ଏହିଦିନ ସମୁଦ୍ର ମନ୍ଥନ ସମୟରେ ସୁନା କଳସ ନେଇ ପ୍ରକଟ ହୋଇଥିଲେ । ଆଉ ସେହି କଳସରେ ଥିବା ଅମୃତ ପାନ କରି ଦେବତାମାନେ ଅମର ହୋଇଯାଇଥିଲେ । ଆଉ ଏହାର ୨ ଦିନ ପରେ ମା’ଲକ୍ଷ୍ମୀଙ୍କର ପ୍ରକଟ ହୋଇଥିବା କୁହାଯାଏ । ତେଣୁ ଦୀପାବଳିର ୨ ଦିନ ପୂର୍ବରୁ ଧନତେରସ ପାଳନ କରାଯାଇଥାଏ । ଆହୁରି ମଧ୍ୟ କୁହାଯାଏ ଧନ୍ୱନ୍ତରୀ ଦେବତାଙ୍କର ବୈଦ୍ୟ ଥିଲେ । ତେଣୁ ଧନ୍ୱନ୍ତରୀଙ୍କୁ ପୂଜାକଲେ ଶରୀର ସୁସ୍ଥ ରହିଥାଏ ।  ଏହି ଦିନ ଘରର ଜିନିଷ କିଣାକିଣି କଲେ ୧୩ ଗୁଣ ଅଧିକ ଲାଭଦାୟକ ହୋଇଥାଏ ବୋଲି କୁହାଯାଏ । ତେବେ ଏହି ଦିନ କିଣାକିଣି କଲେ   ଘରେ ବର୍ଷକ ଯାକ ଧନର ଅଭାବ ରୁହେ ନାହିଁ ବୋଲି ବିଶ୍ୱାସ ରହିଛି ।

    Maximum 500 characters

    ସଂସ୍କୃତି View all

    Find Us on Facebook