Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ

    Share on :
    ajab-Image
    Date: Apr 13, 2024    Views: 3629

    ଲକ୍ଷ୍ନୌ: କୁଳଦୀପ ଯାଦବଙ୍କ ଘାତକ ବୋଲିଂ ଓ ମ୍ୟାକଗର୍କଙ୍କ ଲଢୁଆ ବ୍ୟାଟିଂରେ ଚଳିତ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲର ୨୬ ତମ ମୁକାବିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ଘରୋଇ ମାଟିରେ ୬ ଓ୍ବିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଲକ୍ଷ୍ନୌର ଦ୍ବିତୀୟ ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଖସିଲା ଏଲଏସଜି, ଦ୍ବିତୀୟ ବିଜୟ ସହ ନବମ ସ୍ଥାନକୁ ଉନ୍ନିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସ । କୁଳଦୀପ ଯାଦବ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ।
    ଶୁକ୍ରବାର ସନ୍ଧ୍ୟା ୭ଟା ୩୦ରେ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ଫଳରେ ଫିଲ୍ଡିଂ କରିଥିଲା ଦିଲ୍ଲୀ । ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । କୁଳଦୀପ ଯାଦବଙ୍କ ଘାତକ ବୋଲିଂକୁ ସାମ୍ନା କରିବାରେ ଏତେଟା ସକ୍ଷମ ହୋଇୁପାରିନଥିଲେ ଲକ୍ଷ୍ନୌ ବ୍ୟାଟର । କେଏଲ ରାହୁଲ ୩୯, ଆୟୁସ ଅପରାଜିତ ୫୫, ଅର୍ଶଦ ଅପରାଜିତ ୨୦ ରନ କରିଛନ୍ତି । ଦିଲ୍ଲୀ ପକ୍ଷରୁ କୁଳଦୀପ ୩ଟି ଓ୍ବିକେଟ ନେଇଥିବା ବେଳେ ଖାଲେଲ ୨ ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।
    ଏହାପରେ ୧୬୭ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ପୃଥ୍ବୀ ଓ ଓ୍ବାର୍ଣ୍ଣର । ଦଳୀୟ ସ୍କୋର ୨୪ ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । ମାତ୍ର ୮ ରନ କରି ପାଭିଲିୟନ ଫେରିଥିଲେ ଓ୍ବାର୍ଣ୍ଣର । ଏହା ପରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ମ୍ୟାକଗର୍କ । ଏହାପରେ ଦଳୀୟ ସ୍କୋର ଆଗକୁ ଯାଉଥିବା ବେଳେ ଦଳୀୟ ସ୍କୋର ୬୩ ହୋଇଥିବା ବେଳେ ଦ୍ବିତୀୟ ଓ୍ବିକେଟ ପଡିଥିଲା । ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ପନ୍ତ । ମ୍ୟାକଗର୍କ ଓ ପନ୍ତ ଷ୍ଟାଡିୟମରେ ଛକା ଚୌକାର ବର୍ଷା କରିଥିଲେ । ଦଳୀୟ ସ୍କୋର ୧୪୦ ହୋଇଥିବା ବେଳେ ତୃତୀୟ ଓ ୧୪୬ ବେଳେ ଚତୁର୍ଥ ଓ୍ବିକେଟ ପଡିଥିଲା । ପନ୍ତ ୪୧ ଓ ମ୍ୟାକଗର୍କ ୫୫ ରନ କରି ଆଉଟ ହୋଇଥିଲେ । ପରେ ଷ୍ଟବ୍ସ ଓ ହୋପ ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଆହୁରି ଏକ ଓଭର ୫ଟି ବଲ ବାକି ଥାଇ ଦଳ ୪ ଓ୍ବିକେଟ ହରାଇ ୧୭୦ ରନ କରି ବିଜୟୀ ହୋଇଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook