Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ

    Share on :
    ajab-Image
    Date: Apr 19, 2024    Views: 3892

    ଭୁବନେଶ୍ୱର: ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଶିଳ୍ପପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ତପନ ପ୍ରସାଦ ଆଚାର୍ୟ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା ଜଣାପଡିଛି । ଘର ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ । ତିନି ଦିନ ତଳେ ସେ କର୍ପୋଟରେ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ ଏବଂ ଏହି ଗେଷ୍ଟ ହାଉସରେ ରହିଥିଲେ । ତେବେ କେମିତି ତାଙ୍କର ମୃତ୍ୟୁ ହେଲା, ଏହା ହତ୍ୟା ନା ଆଉ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନି । କିନ୍ତୁ ସେ ରହୁଥିବା ରୁମ ସାରା ରକ୍ତ ପଡିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।
    ଗୁରୁବାର ଅପରାହ୍ନରେ ମୈତ୍ରୀ ବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଗତକାଲି ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ମୃତଦେହଟି ପଚିସଢି ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ତେଣୁ ତାଙ୍କର ମୃତ୍ୟୁ ୪୮ ଘଣ୍ଟାରୁ ଅଧିକ ସମୟ ହେଲା ହୋଇଥିବା ଅନୁମାନ କରାଯାଉଛି । ହୋଟେଲ ରୁମର ଖଟ ତଳେ ପଡିଥିଲା ମୃତଦେହ । ଏଥିସହ ରୁମ ସାରା ରକ୍ତ ଦେଖିବାକୁ ମିଳିଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook