Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏମିତି ପ୍ରସ୍ତୁତ କରନ୍ତୁଦହି ମାଛ

    Share on :
    ajab-Image
    Date: Apr 13, 2024    Views: 2947

    ଆବଶ୍ୟକ ସାମଗ୍ରୀ:  ମାଛ, ଦହି, ଲୁଣ,  ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ, ଅଦାରସୁଣ , ଦହି, ଗରମ ମସଲାଗୁଣ୍ଡ, ସୋରିଷ, ଜିରା, ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର ।

    ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ଅଦାରସୁଣ ପେଷ୍ଟ, ଦହି, ଗରମ ମସଲାଗୁଣ୍ଡ, ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ  ମସଲା ଗୋଳା ମାଛକୁ ନାଲି ହେବା ପର୍ୟ୍ୟନ୍ତ  ଭାଜନ୍ତୁ। 
    ପୁଣି କରେଇରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବା  ସେଥିରେ  ସୋରିଷ, ଜିରା, ଶୁଖିଲା ଲଙ୍କା ଓ ଭୃଷଙ୍ଗ ପତ୍ର ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ। ଛୁଙ୍କ ଅଳ୍ପ ଥଣ୍ଡା ହେବା ପରେ ଦହିରେ ଗୋଳାଇ ଦିଅନ୍ତୁ। ଏହାପରେ ଦହି ଛୁଙ୍କକୁ ଭଜା ମାଝ ଉପରେ ପକାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଦହି ମାଛ । ଗରମ ଗରମ ଭାତ ସହ ଏହାର ମଜା ନେଇପାରିବେ।

    Maximum 500 characters

    ବିଶେଷ View all

    Find Us on Facebook