Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଭାରତ-ନ୍ୟୁଜିଲାଣ୍ଡ ଟି ୨୦

    Share on :
    ajab-Image
    Date: Nov 17, 2021    Views: 3565

    ଜୟପୁର: ଆଜିଠୁ ଆରମ୍ଭ ହେବ ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ସରିଜ । ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା । ଏହାପରେ ସୋମବାର ଜୟପୁରରେ ପହଞ୍ଚିଛି ଦଳ । ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । ଏହି ସରିଜରେ ଭାରତକୁ ତାର ପାରିଲାପଣିଆ ଦେଖାଇବାକୁ ପଡିବ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।
    ଟି-ଟ୍ବେଣ୍ଟି ବିଶ୍ବକପରୁ ଭାରତକୁ ବାହାର ବାଟ ଦେଖାଇଥିଲା ନ୍ୟୁଜିଲାଣ୍ଡ । ୨୦୧୯ ଏକଦିବସୀୟ ବିଶ୍ବକପର ସେମିଫାଇନାଲକେ କୋହଲି ଟିନ କିଛି କମାଲ କରି ପାରିନଥିଲା । ଏହି ପରାଜୟର ପ୍ରତିଶୋଧ ନେବାକୁ କେବଳ ପ୍ରଶଂସକ ନୁହେଁ ଭାରତର ପ୍ରତିଟି ଖେଳାଳି ନିଶ୍ଚିନ୍ତ ଚାହିଁବ । କୋହଲି ଅଧିନାୟକ ନଥିଲେ ମଧ୍ୟ ବ୍ୟାଟିଂରେ ତାଙ୍କୁ ଦମଦାର ପ୍ରଦର୍ଶନ ଦେଖାଇବାକୁ ପଡିବ । ଏହି ସିରିଜରେ ଆୟର, ଋତୁରାଜ ଓ ଅଭେଶଙ୍କ ପାଇଁ ବଡ ସୁଯୋଗ ରହିଛି । ହାର୍ଦ୍ଦିକ ପାଣ୍ଡ୍ୟା ସରିଜରୁ ବାଦ ପଡିଛନ୍ତି । ରୋହିତ ଓ କେ ଏଲ ରାହୁଲ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିନ୍ତ ।ସେପଟେ ବ୍ଲାକ କ୍ୟାପ ଦଳରେ କେନ୍ ୱିଲିୟମସନଙ୍କୁ ବିଶ୍ରାମ ଦିଆଯାଇଛି । ଟିମ ସାଉଦିଙ୍କୁ ନେଇ ଦଳ ପଡିଆକୁ ଓହ୍ଲାଇବ । ଭାରତ ବିପକ୍ଷ ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳା ପ୍ରସ୍ତୁତି ପାଇଁ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟି-ଟ୍ବେଣ୍ଟି ଶୃଙ୍ଖଳାରୁ ଓହରି ଯାଇଛନ୍ତି । ୱିଲିୟମସନଙ୍କ ସ୍ଥାନରେ ମାର୍କ ଚାପମ୍ୟାନ ଖେଳିବେ । ପରିସ୍ଥିତି କିଛି ବି ହେଉ ନାଁ କାହିଁକି ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ବ୍ୟାଟିଂ କରିବାରୁ ପଛାଇବ ନାହିଁ ।ଟି-ଟ୍ବେଣ୍ଟି ବିଶ୍ବକପ ପରେ ଟ୍ବେଣ୍ଟି -୨୦ କ୍ରିକେଟରୁ ବିରାଟ କୋହଲିଙ୍କ ଅଧିନାୟକ ଯୁଗର ଅବସାନ ଘଟିଛି । ଅନ୍ୟପକ୍ଷରେ ରୋହିତ ଶର୍ମା ଆନୁଷ୍ଠାନିକ ଭାବେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ପଦ ଗ୍ରହଣ କରିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook