Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳିରେ ବାଣ ଫୁଟାଇବାବେଳେ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ

    Share on :
    ajab-Image
    Date: Oct 26, 2021    Views: 2984

    ଭୁବନେଶ୍ୱର: ଆଲୋକର ସମାହାରକୁ ସାଙ୍ଗରେ ନେଇ ଆସୁଛି ଦୀପାବଳି । ଏବର୍ଷ ଦୀପାବଳି ନଭେମ୍ବର ୪ ତାରିଖରେ ପଡିଛି । ଏହି ପର୍ବ ସାଥିରେ ଖୁସିର ସମ୍ଭାର ଆଣି ଆସିଥାଏ । ଅମାବାସ୍ୟାର ଅନ୍ଧାର ଦୂର କରି କିଛି ସମୟ ପାଇଁ ପରିବେଶକୁ ଆଲୋକିତ କରିବା ପାଇଁ ଏହା ଏକ ଛୋଟିଆ ପ୍ରୟାସ । ଏହି ଶୁଭବେଳାରେ ପରିବାର, ବନ୍ଧୁ, ପରିଜନଙ୍କ ସହ ମିଶି ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ । ଏହି ପର୍ବରେ ଦୀପ ଜାଳି ବାଣ ଫୁଟାଇ, ମିଠା ଖାଇ ଖୁବ ଧୁମଧାମରେ ଆମେ ପାଳନ କରିଥାଉ । ଏହି ପର୍ବର ମୁଖ୍ୟ ପ୍ରମୁଖ ଆକର୍ଷଣ ହେଉଛି ବାଣ । କିନ୍ତୁ ଗତ କିଛି ବର୍ଷ ହେଲା ଏହି ବାଣ ପାଇଁ ଅନେକ ପ୍ରକାର ଦୁଃର୍ଘଟଣା ଘଟିଯାଉଛି । 
    ମୁଖ୍ୟତଃ ବାଣ ତିଆରି କରୁଥିବା କମ୍ପାନୀର ନିମ୍ନମାନର ତିଆରି ପ୍ରଣାଳୀ, ସରକାରଙ୍କ ପକ୍ଷରୁ ମାନ ନିର୍ଦ୍ଧାରଣ କ୍ଷେତ୍ରରେ ବିଫଳତା ଓ ବ୍ୟବହାରକାରୀଙ୍କ ଖାମଖିଆଲ ଯୋଗୁଁ ଘଟୁଛି । ଏହା ସହିତ ବାଣ ଫୁଟାଇବା ଦ୍ୱାରା ପରିବେଶ ମଧ୍ୟ ଅନେକ ମାତ୍ରାରେ ପ୍ରଦୂଷିତ ହେଉଛି । ତେଣୁ ଯଦି ଆପଣ ବାଣ ଫୁଟାଇବାକୁ ଇଚ୍ଛୁକ, ତେବେ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ । 
    ୧- ବାଣ କିଣିବାବେଳେ ଆଇନଗତ ସ୍ୱୀକୃତି ଲାଭ କରିଥିବା କମ୍ପାନୀ ମାନଙ୍କ ଠାରୁ ବାଣ କିଣନ୍ତୁ ।
    ୨-ପିଲାମାନେ ବାଣ ଫୁଟାଇବାବେଳେ, ସେମାନଙ୍କୁ ଏକୁଟିଆ ଛାଡନ୍ତୁ ନାହିଁ । 
    ୩- ଘର ଭିତରେ କୌଣସି ବାଣ ଫୁଟାନ୍ତୁ ନାହିଁ । 
    ୪-ରକେଟ, ଚକ୍ରୀ ଭଳି ବାଣ ଜନଗହଳି ସ୍ଥାନରେ ଲଗାନ୍ତୁ ନାହିଁ ।
    ୫- ପଶୁ ପକ୍ଷୀଙ୍କ କ୍ଷେତ୍ରରେ ବାଣର ପ୍ରୟୋଗ କରନ୍ତୁ ନାହିଁ
    ୬-ବାଣ ଫୁଟାଇବାବେଳେ ପାଣି ବାଲ୍ଟି ପାଖରେ ରଖନ୍ତୁ ।
    ୭-ମଜାରେ କାହା ଉପରକୁ ବାଣ ପିଙ୍ଗନ୍ତୁ ନାହିଁ । 

    Maximum 500 characters

    ସଂସ୍କୃତି View all

    Find Us on Facebook