Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶରେ ଦିନକରେ ୧୩,୭୩୪ ନୂଆ ସଂକ୍ରମିତ ଚିହ୍ନଟ

    Share on :
    ajab-Image
    Date: Aug 2, 2022    Views: 4788

    ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତକାଲି ଚିହ୍ନଟ ସଂକ୍ରମିତଠୁ ଆଜି ସାମାନ୍ୟ କମିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୭୩୪ ଜଣ ନୂଆ ସଂକ୍ରମିତ ଚିହ୍ନଟ  । ଏବେ ସୁଦ୍ଧା ଦେଶରେ ମୋଟ ୧,୩୯,୭୯୨ ସକ୍ରିୟ ମାମଲା ରହିଛି । ମୃତ୍ୟୁ ସଂଖ୍ୟା ୫୨୬୪୩୦ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

    ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ଲକ୍ଷେ ପରେ ରହିଛି । ମୋଟ ୪ କୋଟି ୩୩ ଲକ୍ଷ ୮୩ ହଜାର ୭୮୭ ଜଣ ସୁସ୍ଥ ହୋଇଛନ୍ତି । ମୋଟ ୨,୦୪,୬୦,୮୧,୦୮୧ ଡୋଜ ଟିକା ଦିଆସରିଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୬,୭୭, ୪୦୫ଜଣଙ୍କୁ ଟିକା ଦିଆଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook