Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି କରୋନା ଭୟ, ଦିଲ୍ଲୀରେ ସର୍ବାଧିକ ଦୈନିକ ସଂକ୍ରମଣ

    Share on :
    ajab-Image
    Date: May 12, 2022    Views: 3895

    ନୂଆଦିଲ୍ଲୀ: ଦେଶକୁ ପୁଣି ଘାରିଛି କରୋନା ଭୟ । ଦୈନିକ ସଂକ୍ରମଣ ଏବଂ ମୃତୁ୍ୟ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ୩ ହଜାର ତଳେ ରହିଛି । ଆଜି ୨ ହଜାର ୮୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ମୃତୁ୍ୟ ସଂଖ୍ୟା ୨୪ ରହିଛି । ଏହି ସମୟରେ ସକ୍ରିୟ ମାମଲା ୧୯ ହଜାର ୬୭ ରହିଛି ।

    ସେହିପରି ୨୪ ଘଣ୍ଟାରେ ୩ ହଜାର ୨୩୦ ଜଣ ସୁସ୍ଥ ହୋଇଛନ୍ତି । ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୧୮୧ ଛୁଇଁଛି । ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୧୩ହଜାର ୪୧୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୭୦ ହଜାର ୧୬୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୯୦କୋଟି ୮୦ ଲକ୍ଷରୁ ଅଧିକ ଟପିଛି । ସେଥିମଧ୍ୟରେ ୯୧ କୋଟି ୫୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଥିବାବେଳେ ୮୧ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି ।

    ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୯୭୦ଜଣ ଆକ୍ରାନ୍ତ, ସେହିପରି ହରିୟାଣାରେ ୩୮୩ ଜଣ, ମହାରାଷ୍ଟ୍ରରେ ୨୨୧,  ଉତ୍ତରପ୍ରଦେଶରେ ୧୬୯ ଜଣ, କର୍ଣ୍ଣାଟକରେ ୧୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook