Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୋନା ଭୟ: ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ

    Share on :
    ajab-Image
    Date: Nov 29, 2021    Views: 2985


    ନୂଆଦିଲ୍ଲୀ: ଲେଉଟିଲାଣି କରୋନା, ତୃତୀୟ ଲହରକୁ ନେଇ ସମସ୍ତେ ଚିନ୍ତାରେ । କରୋନାର ନୂଆ ଭାରିଏଣ୍ଟଣ୍ଟ ପାଇଁ ସମସ୍ତେ ଚିନ୍ତାରେ । ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ କରୋନାରେ ସଂକ୍ରମିତ ହେଉଥିବାରୁ, ଏହା ଚିନ୍ତାର ବିଷୟ ପାଲଟିଛି । ଏହାରି ଭିତରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ଦେଖାଦେଇଥିବା କରୋନା ଭାଇରସର ‘ଓମିକ୍ରନ’ ଭାରିଏଣ୍ଟ ଏବେ ଗୋଟିଏ ପରେ ଗୋଟିଏ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଯାହା ସାରା ବିଶ୍ୱରେ ନିଦ ହଜାଇ ଦେଲାଣି । 
    ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ଜଣେ ବ୍ୟକ୍ତି କରୋନାରେ ପୀଡୀତ ହୋଇଥିବା ଜଣରାପଡିଛି । ତେବେ ସେ ନୂଆ ଭାରିଏଣ୍ଟ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ତାଙ୍କୁ ଆଇସୋଲେସନ୍ରେ ରଖାଯାଇଛି । 
    ସୂଚନା ଅନୁସାରେ  କୋଭିଡ-୧୯ର ଏହି ନୂଆ ଭାରିଏଣ୍ଟ ବି୧.୧.୫୨୯ ପ୍ରଥମେ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଚିନ୍ତାଜନକ ବୋଲି ଘୋଷଣା କରି ଏହାର ନାମ ‘ଓମିକ୍ରନ’ ରଖିଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook