Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କରୋନାକୁ ନେଇ ଏମିତି କହିଲେ ଡିଏମଇଟି ସିବିକେ ମହାନ୍ତି, ଜାଣନ୍ତୁ କ’ଣ

    Share on :
    ajab-Image
    Date: Oct 27, 2021    Views: 3510


     ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ କରୋନାରୁ ଏପର୍ଯ୍ୟନ୍ତ ଆମେ ସଂପୂର୍ଣ୍ଣ ଭାବେ ମୁକ୍ତ ପାଇନାହୁଁ । ତେବେ ଆଜି କରୋନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମିଟି ସିବିକେ ମହାନ୍ତି । ସେ କହିଛନ୍ତି କରୋନାକୁ ନେଇ ଏମିତି ଦେଶରେ ଏବେ କରୋନା ସଂକ୍ରମଣ ସେତେ ଅଧିକ ନଥିଲେ ବି କିଛି କିଛି ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଦେଖାଯାଉଛିି । ଓଡିଶାରେ ଏବେ ସଂକ୍ରମଣ ସ୍ଥିର ଥିବା ବେଳେ ଏହାକୁ କମ କରିବା ପାଇଁ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି ସିବିକେ ମହାନ୍ତି କହିଛନ୍ତି ।

    ଦେଶରେ ସଂକ୍ରମଣ ବଢିବାର ମୁଖ୍ୟତଃ ଦୁଇଟି କାରଣ ହୋଇପାରେ ବୋଲି ସେ କହିଛନ୍ତି । ଗୋଟେ ହେଲା ଲୋକମାନେ କିପରି ନିୟମ ମାନୁଛନ୍ତି ଓ ଆଉ ଗୋଟେ ହେଲା ଭୂତାଣୁର ଗୁଣସୂତ୍ର ପରିବର୍ତ୍ତନ ହେବା । କିନ୍ତୁ ଗଲା ୭ ଦିନ ଭିତରେ ରାଜ୍ୟରେ ସଂକ୍ରମଣ ୪୦୦ରୁ ୬୦୦ଭିତରେ ରହୁଛି । ତେବେ ବିଶ୍ୱର କିଛି ଦେଶରେ ସଂକ୍ରମଣ ବଢିଥିଲେ ବି ଓଡିଶାରେରେ ସଂକ୍ରମଣ ସ୍ଥିର ରହିଛି ।


    ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପର୍ଯ୍ୟନ୍ତ କରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି ସେ ପର୍ଯ୍ୟନ୍ତ କଡାକଡି ନିୟମ ପାଳନ କରିବାକୁ ପଡିବ । ଅନ୍ୟ ରାଜ୍ୟକୁ ଯାତ୍ରା କରିବା ପାଇଁ ଯେହେତୁ ସେତେଟା କଟକଣା ନାହିଁ, ତେଣୁ ଏ ଦିଗ ଉପରେ ମଧ୍ୟ ଲୋକଙ୍କୁ ଧ୍ୟାନ ଦେବାକୁ ପଡିବ । ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟମେଣ୍ଟ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଏଥିପାଇଁ ଓଡିଶା ସବୁ କ୍ଷେତ୍ରରେ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଦଶହରା ପରେ ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook