Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରାର୍ଥୀ ଘୋଷଣାରେ ପଛରେ ପଡ଼ିଛି କଂଗ୍ରେସ

    Share on :
    ajab-Image
    Date: Apr 13, 2024    Views: 3441

    ଭୁବନେଶ୍ୱର: ରାଜ୍ୟରେ ପ୍ରାର୍ଥୀ ଘୋଷଣାରେ ପଛରେ ପଡ଼ିଛି କଂଗ୍ରେସ । ମାତ୍ର ୪୭ ବିଧାନସଭା ଓ ୮ଟି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିଛି ଦଳ । ପ୍ରଥମ ପର୍ୟ୍ୟାୟରେ ହେବାକୁ ଥିବା କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଖରିଆର, ବ୍ରହ୍ମପୁର କ୍ଷେତ୍ରର ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ଓ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ । ତେବେ ୧୫ ତାରିଖ ସୁଦ୍ଧା ପ୍ରାୟ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

    ପ୍ରାର୍ଥୀ ତାଲିକା ପାଇଁ ପିସିସି ସଭାପତି ଦିଲ୍ଲୀ ଗସ୍ତ କରିଥିବା ବେଳେ ରବିବାର ସିଇସି ବୈଠକରେ ଏନେଇ ନିଷ୍ପତି ନିଆଯିବ । ବାକି ଥିବା ୯୮ ବିଧାନସଭା ଓ ୧୩ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମ ଉପରେ ବୈଠକରେ ମୋହର ବାଜିବା ନେଇ ଚର୍ଚ୍ଚା ହେଉଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook