Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମାର୍ଚ୍ଚ ପହିଲାରେ କଂଗ୍ରେସ ଟିକେଟ ଘୋଷଣା

    Share on :
    ajab-Image
    Date: Feb 19, 2024    Views: 3546

    ଭୁବନେଶ୍ୱର: ନିର୍ବାଚନ ପାଇଁ ଉଷ୍ମ ହେଲାଣି ରାଜ୍ୟ ରାଜନୀତି । ଏନେଇ ନିର୍ବାଚନ ଆୟୋଗଙ୍କ ସମୀକ୍ଷା ପରେ ସବୁ ଦଳରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଚାଲିଛି ଟିକେଟ କସରତ୍ ।  ସବୁ ଦଳରେ ଟିକେଟ୍ ଚିନ୍ତା । ଆଶାୟୀଙ୍କ ଲମ୍ବା ତାଲିକା ।

    ତେବେ ଆସନ୍ତା ମାର୍ଚ୍ଚ ପହିଲାରେ କଂଗ୍ରେସ ପ୍ରଥମ ପର୍ୟ୍ୟାୟ ଟିକେଟ ଘୋଷଣା କରିବ । ପ୍ରଥମ ପର୍ୟ୍ୟାୟରେ ଦଳ ପକ୍ଷରୁ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ । ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଛି । ବୈଠକରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି ।

    ଉକ୍ତ ବୈଠକରେ  ଟିକେଟ ପାଇଁ ‘ପ୍ରଗମନ’ ଆପରେ ଆବେଦନ କରିଥିବା ଆଶାୟୀଙ୍କ ବିଷୟରେ ଆଲୋଚନା କରାଯାଇଛି । ‘ପ୍ରଗମନ’ ଆପରେ ବିଧାୟକ ପାଇଁ ୩ହଜାର ଓ ସାଂସଦ ପାଇଁ ୭୦୦ ଜଣ ଆବେଦନ କରିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook