Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପିଲାଙ୍କ ପାଦ ଶିକ୍ଷକ ଛୁଅଁନ୍ତି

    Share on :
    ajab-Image
    Date: Mar 19, 2023    Views: 2471

    ମୁମ୍ବାଇ : ପ୍ରାଚୀନ କାଳରେ ଆମ ଦେଶରେ ଗୁରୁଙ୍କୁ ଭଗବାନଙ୍କ ଠାରୁ ବି ଉଚ୍ଚ ଆସନରେ ବସାଯାଉଥିଲା । ଏହି କାରଣରୁ ଗୁରୁଙ୍କ ପାଦ ଛୁଇଁ ତାଙ୍କ ଠାରୁ ଆର୍ଶୀବାଦ ନେବାର ପରମ୍ପରା ଏବେ ବି ରହିଆସିଛି । ଗୁରୁଙ୍କ ପାଦ ଛୁଇଁଲେ କେବଳ ଗୁରୁ ନୁହେଁ ବରଂ ଭଗବାନଙ୍କ ଅସୀମ କୃପା ମିଳିଥାଏ । କିନ୍ତୁ ମୁମ୍ବାଇ ରେ ଏମିତି ଏକ ସ୍କୁଲ ଅଛି ,ଯେଉଁଠି ଶିକ୍ଷକ ଶିକ୍ଷୟତ୍ରୀ ନିଜ ଛାତ୍ରଛାତ୍ରୀଙ୍କ ପାଦ ଛୁଇଁଥାନ୍ତି ।

    ସବୁଦିନ ସକାଳେ ଏହି ପରମ୍ପରା ଋଷିକୁଳ ଗୁରୁକୁଳ ବିଦ୍ୟାଳୟରେ ଦେଖିବାକୁ ମିଳେ । ଭାରତରେ ପିଲା ମାନଙ୍କୁ ଭଗବାନଙ୍କ ରୂପ ବୋଲି ବିବେଚନା କରାଯାଇଥାଏ । ଏଥିପାଇଁ ପିଲାଙ୍କ ପାଦ ଛୁଇଁବା ଭଗବାନଙ୍କ ସମ୍ମୁଖରେ ମୁଣ୍ଡିଆ ମାରିବା ସହ ସମାନ । ଗୁରୁକୁଳରେ ଚାଲିଆସୁଥିବା ଏହି ପରମ୍ପରା ଶିକ୍ଷକ ମାନଙ୍କ ପ୍ରତି ବି ସମ୍ମାନ ବଢି ଯାଇଛି ।

    ଶିକ୍ଷକ ମାନେ ଏଠାରେ ପିଲାମାନଙ୍କ ଠାରୁ ଆର୍ଶୀବାଦ ମାଗିଥାନ୍ତି । ସେମାନଙ୍କ ବିଶ୍ୱାସ ଯେ ଏମିତି କରିବା ଦ୍ୱାରା ଛାତ୍ରମାନଙ୍କୁ ଗୁରୁଙ୍କୁ ସମ୍ମାନ ଦେବାର ପ୍ରେରଣା ମଧ୍ୟ ମିଳିପାରିବ । ଏହି ସ୍କୁଲ ଘାଟକୋପେରରେ ସଂଚାଳିତ ହେଉଛି । ମହାରାଷ୍ଟ୍ର ରାଜ୍ୟ ସେକେଣ୍ଡାରୀ ବୋଡର଼୍ ସହିତ ଜଡ଼ିତ । 

    Maximum 500 characters

    ବିଶେଷ View all

    Find Us on Facebook