Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଛୁଆଙ୍କ ପାଇଁ ଦିନଟିଏ ଦେବାକୁ ଜିଲ୍ଲାପାଳ ବାଧ୍ୟ

    Share on :
    ajab-Image
    Date: Jun 26, 2021    Views: 8270

    ଭୁବନେଶ୍ୱର : ଛୁଆଙ୍କ ପାଇଁ ଦିନଟିଏ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଆଇସିଡିଏସ ଏବଂ ସାମାଜିକ ମଙ୍ଗଳ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ । ଜିଲ୍ଲାସ୍ତରରୁ ଆରମ୍ଭ କରି ଉପଖଣ୍ଡ, ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଟାସ୍କଫୋର୍ସ ଗଠନ କରି ଶିଶୁ ହିଂସା, ଶିଶୁ ଚାଲାଣ, ଶିଶୁ ସୁରକ୍ଷା ପାଇଁ ଧ୍ୟାନ ଦେବାକୁ ଏପରି ନିର୍ଦେଶ ହୋଇଛି । ମାସର ଗୋଟିଏ ଦିନ ଛୁଆଙ୍କ ପାଇଁ ଘୋଷଣା କରି ସେହିଦିନ ଜିଲ୍ଲାରୁ ପଞ୍ଚାୟତ ପର୍ଯ୍ୟନ୍ତ ଶିଶୁଙ୍କ ସମସ୍ୟା ନେଇ ଆଲୋଚନା କରିବାକୁ କୁହାଯାଇଛି । ସୂଚନା ଅନୁଯାୟୀ, ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ଅନ୍ତର୍ଗତରେ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ ହୋଇଛି । ଏଥିରେ ଜିଲ୍ଲାପାଳ ସହ ଅଧ୍ୟକ୍ଷ, ପଞ୍ଚାୟତ ସମିତି ସଦସ୍ୟ, ଏସପି, ସିଡିଏମଓ, ଡିଇଓ, ଡିଏଲଓ, ନଗରପାଳ, ସାମାଜିକ ସଙ୍ଗଠନ ପ୍ରତିନିଧି ସଦସ୍ୟ ଥାଆନ୍ତି । ଛଅ ମାସରେ ଥରେ ଏହାର ବୈଠକ ପାଇଁ ବ୍ୟବସ୍ଥା ହୋଇଛି । ମାତ୍ର ଅଧିକାଂଶ ଜିଲ୍ଲାରେ କମିଟି ଗଠନ ହେବା ପରେ ଥରୁଟିଏ ବି ବୈଠକ ହୋଇନାହିଁ । ଶିଶୁ ବିବାହ ରୋକିବା ପାଇଁ ଜିଲ୍ଲା ସ୍ତରରୁ ବ୍ଲକସ୍ତର ପର୍ଯ୍ୟନ୍ତ ଟାସ୍କ ଫୋର୍ସ କମିଟି ରହିଛି । ମାତ୍ର ବିଡ଼ମ୍ବନା ହେଲା, ଅଧିକାଂଶ ସ୍ଥାନରେ ଏହି ଟାସ୍କଫୋର୍ସଗୁଡ଼ିକ କାର୍ଯ୍ୟ କରୁନାହିଁ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook