Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Chess

ମୁଖ୍ୟ ଖବର

    ୪୪ତମ ଆନ୍ତର୍ଜାତୀୟ ଚେସ ଅଲିମ୍ପିଆଡ, ଭାରତ ଆଣିପାରିବ କେତେ ପଦକ?

    Share on :
    ajab-Image
    Date: Jul 25, 2022    Views: 4071

    ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ବଡ ଚେସ ଇଭେଣ୍ଟ ୪୪ ତମ ଆନ୍ତର୍ଜାତୀୟ ଚେସ ଅଲିମ୍ପିଆଡ ଆରମ୍ଭ ହେବାକୁ ଯାଉଛି । ଚେନ୍ନାଇଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ୟୁନେସ୍କର ଐତିହ୍ୟ ସ୍ଥଳ ମମଲାଲାପୁରମର ପୁଞ୍ଜରୀ ଗ୍ରାମରେ ଜୁଲାଇ ୨୮ ରୁ ଅଗଷ୍ଟ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତଙ୍କ ଭିତରେ ଉସôାହ।  ଏହାରି ଭିତରେ ପୂର୍ବତନ ମହିଳା ବିଶ୍ୱ ଚାମ୍ପିୟନ ସୁଜାନ ପୋଲାଗାର ଅନୁମାନ କରୁଛନ୍ତି ଯେ, ଭାରତୀୟ ଖେଳାଳୀଙ୍କ ଶକ୍ତି ଅନୁସାରେ ୬ପଦକ ମଧ୍ୟରୁ ୩ ପଦକ ଜିତି ପାରନ୍ତି ।

    ୨୮ ଜୁଲାଇରୁ ୧୦ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଇଭେଣ୍ଟ ୧୮୭ଟି ଦେଶକୁ ଆକର୍ଷିତ କରିଛି । ଓପନ୍ ବିଭାଗରେ ୧୮୮ଟି ଟିମ୍ ଓ ମହିଳା ବିଭାଗରେ ୧୬୨ଟି ଟିମ୍ ରହିଛି । ସୁଜାନ ପୋଲାଗାର କହିଛନ୍ତି ଋଷ ଏବଂ ଚୀନ୍ ଦଳର ଅନୁପସ୍ଥିତରେ ଭାରତୀୟ ମହିଳା ଦଳର ସ୍ୱର୍ଣ୍ଣ ହାସଲ କରିବାର ସର୍ବୋତ୍ତମ ସୁଯୋଗ ରହିଛି । 

    ସୂଚନାଥାଉକି କୋଭିଡ୍ -୧୯ ମହାମାରୀ ହେତୁ ୨୦୨୦ ଏବଂ ୨୦୨୧ ଚେସ୍ ଅଲିମ୍ପିଆଡ୍ ଅନଲାଇନରେ ଅନୁଷ୍ଠିତ ହୋଇଥିଲା । ୨୦୨୧ ମସିହାରେ, ଅଲିମ୍ପିଆଡ୍ ଚୀନ୍ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ୨୦ ଅଗଷ୍ଟରୁ ୧୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଚେସ୍ ଡଟ୍ କମ୍ ସର୍ଭରରେ ହୋଇଥିଲା ।

    Maximum 500 characters

    Find Us on Facebook