Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

CBSE 10th

ମୁଖ୍ୟ ଖବର

    ସିବିଏସଇ ଟର୍ମ-୨ ପରୀକ୍ଷା, ଆଶବାଦୀ ଛାତ୍ରଛାତ୍ରୀ

    Share on :
    ajab-Image
    Date: Apr 8, 2022    Views: 4509

    ନୂଆଦିଲ୍ଲୀ: ସିବିଏସଇ ବୋର୍ଡ ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେଉଛି ।  ସିବିଏସ୍ଇ ବୋର୍ଡ ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ୨୦ ଦିନରୁ କମ୍ ସମୟ ବାକି ଅଛି ।  ଏହି ବର୍ଷ, ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ସିବିଏସଇ ବୋର୍ଡ ୨ଟି ଟର୍ମରେ ଅନୁଷ୍ଠିତ ହେଉଛି । ଟର୍ମ-୧ ପରେ ଟର୍ମ-୨କୁ ନେଇ ପରୀକ୍ଷାର୍ଥୀମାନେ ବେଶ୍ ଆଶାବାଦୀ ଅଛନ୍ତି ।
    ସୂଚନା ଅନୁସାରେ ନିକଟରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସଇ) ଦଶମ ଶ୍ରେଣୀ ଟର୍ମ -୧ ପରୀକ୍ଷା ଫଳ ପ୍ରକାଶ କରିଥିଲା । ଏବର୍ଷ ପରୀକ୍ଷା ଫଳାଫଳକୁ ଅଫଲାଇନରେ ଘୋଷିତ କରାଯାଇଥିଲା । ସିବିଏସଇ ଚଳିତବର୍ଷ ନିଜନିଜ ବିଦ୍ୟାଳୟକୁ ଦଶମ ଶ୍ରେଣୀ ସ୍କୋରବୋର୍ଡ ପଠାଇଥିଲା ସିବିଏସଇ ଦ୍ୱାରା ପ୍ରକାଶିତ ଏକ ସର୍କୁ୍ୟଲାରରେ ବୋର୍ଡ ସୂଚନା ଦେଇଛି ଯେ, ଛାତ୍ରମାନଙ୍କୁ ଦିଆଯାଇଥିବା ପରୀକ୍ଷା କେନ୍ଦ୍ରଗୁଡିକ ଟର୍ମ-୧ ପରୀକ୍ଷାରେ ଭିନ୍ନ ହେବ । ଟର୍ମ-୨ ଆଡମିଟ୍ କାର୍ଡ ଶଦ୍ଧ ଉପରେ ପରୀକ୍ଷା କେନ୍ଦ୍ରର ବିବରଣୀ ଉଲ୍ଲେଖ କରାଯିବ ।

    ଟର୍ମ-୧ ପରୀକ୍ଷା ପାଇଁ କୌଣସି ମାର୍କସିଟ୍ କିମ୍ବା ପାସ୍ ସାର୍ଟିଫିକେଟ୍ ଦିଆଯାଇ ନାହିଁ । ଟର୍ମ-୨ ଫଳାଫଳ ଘୋଷଣା ପରେ ବୋର୍ଡ ମିଳିତ ଭାବେ ମାର୍କସିଟ୍ ଦେବ । ପୂର୍ବରୁ ଫଳାଫଳ ଅନଲାଇନରେ ପ୍ରକାଶ ପାଇବ ବୋଲି ଆଶା ଛାତ୍ରଛାତ୍ରୀମାନେ ଆଶା କରୁଥିଲେ । 

    Maximum 500 characters

    CBSE 10th View all

    Find Us on Facebook