ମୁଖ୍ୟ ଖବର
ନୂଆଦିଲ୍ଲୀ: ମାଧ୍ୟମିକ ଶିକ୍ଷା ପାଇଁ କେନ୍ଦ୍ରୀୟ ବୋର୍ଡ ଖୁବ୍ ଶୀଘ୍ର ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଟର୍ମ ୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିବ ବୋଲି ଆଶା କରାଯାଉଛି ଯାହା ଏପ୍ରିଲ୍ ୨୬ ରେ ଆରମ୍ଭ ହେବ ।
ସୂଚନାଯୋଗ୍ୟ ଯେ ଟର୍ମ ୧ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇଥିବା ରୋଲ ନମ୍ବର ଟର୍ମ ୨ ପରୀକ୍ଷା ପାଇଁ ସମାନ ରହିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ତଥାପି, ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମ୍ଭାବ୍ୟ ପରିବର୍ତ୍ତନକୁ ଆଖିଆଗରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀ ମାନଙ୍କର ଆଡମିଟ୍ କାର୍ଡ ଓ ହଲ୍ ଟିକେଟ୍ କୁ ବଦଳାଇବାର ନିଷ୍ପତି ନେଇଛି । ଟର୍ମ ୨ ପରୀକ୍ଷା ପାଇଁ ପରୀକ୍ଷା ଗୃହକେନ୍ଦ୍ରରେ କୌଣସି ଅଦଳବଦଳ ନକରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।
ନୂତନ ଆଡମିଟ୍ କାର୍ଡଗୁଡ଼ିକରେ ଟର୍ମ ୨ ପରୀକ୍ଷାର ଏକ ଡାଟାସିଟ୍ ସହିତ ନାମ, ରୋଲ୍ ନମ୍ବର, ପରୀକ୍ଷା କେନ୍ଦ୍ର ଏବଂ ପରୀକ୍ଷାର ଅନ୍ୟାନ୍ୟ ବିବରଣୀ ରହିବ ।
ଛାତ୍ରଛାତ୍ରୀ ମାନେ ନିଜ ନିଜ ବିଦ୍ୟାଳୟରୁ ସେମାନଙ୍କର ନୂତନ ଆଡମିଟ୍ କାର୍ଡକୁ ସଂଗ୍ରହ କରିପାରିବେ କିମ୍ବା କେନ୍ଦ୍ରୀୟ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଅର୍ଥାତ୍ cbse.gov.in କୁ ଯାଇ ବାହାର କରିପାରିବେ ।
ନିର୍ଦ୍ଧିଷ୍ଟ ସୂଚନା ବ୍ୟତୀତ, ଆଡମିଟ୍ କାର୍ଡରେ କୋଭିଡ୍ ପ୍ରୋଟୋକଲ୍ ସହିତ ଇଲେକ୍ଟ୍ରୋନିକ୍ସ ଜିନିଷ ଏବଂ କ’ଣ କରିବେ ନକରିବେ ସେ ସୂଚନା ପ୍ରତି ଦୃଷ୍ଟି ଦେବାଭଳି ସାଧାରଣ ନିଦେ୍ର୍ଧଶନାମା ମଧ୍ୟ ରହିଛି ।
ଆଡମିଟ୍ କାର୍ଡ କିପରି ଡାଉନଲୋଡ୍ କରିବେ ।
- ସିବିଏସଇର ଅଫିସିଆଲ୍ ୱେବସାଇଟ୍ - cbse.gov.in କୁ ଯାଇ କ୍ଲିକ କରନ୍ତୁ ।
- କ୍ଲାସ୍ ୧୦, ୧୨ ଆଡମିଟ୍ କାର୍ଡ ଉପରେ କ୍ଲିକ୍ କରନ୍ତୁ ।
- ଲଗଇନ୍ ପରିଚୟପତ୍ର ପ୍ରବେଶ କରନ୍ତୁ ।
- ସବିଶେଷ ତଥ୍ୟ ଦାଖଲ କରନ୍ତୁ ।
- ନିଜର ଆଡମିଟ୍ କାର୍ଡ ପାଇପାରିବେ ।
- ଏହାର ଏକ ପ୍ରିଣ୍ଟଆଉଟ କାଢ଼ି ଦିଅନ୍ତୁ ।
ଦେଶରେ କୋଭିଡ଼-୧୯ ବିସ୍ତାର ହେତୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା କରିବାକୁ ସିବିଏସଇ ନିଷ୍ପତ୍ତି ନେଇଛି । ଟର୍ମ ୧ ପରୀକ୍ଷା ପାଇଁ ଫଳାଫଳ ୧୧ ମାର୍ଚ୍ଚ ୨୦୨୨ ରେ ଘୋଷଣା କରାଯାଇଥିଲା ।
Comments ସମସ୍ତ ମତାମତ