ମୁଖ୍ୟ ଖବର
ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମନରେ ବେଶ ଉକôଣ୍ଠା ଭରିରହିଥିବା ବେଳେ ଡ଼ର ମଧ୍ୟ ରହିଛି । ସେହି ଭୟକୁ ଦୁର କରିବାକୁ ଆଜି ଆମେ ଗତ ବର୍ଷର ପରୀକ୍ଷା ଫଳଫଳ ସମ୍ପର୍କରେ ଜଣାଇବୁ ।
ଗତବର୍ଷ ସିବିଏସଇ ପରୀକ୍ଷାରେ ଭୁବନେଶ୍ୱର ଅଞ୍ଚଳର ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରରେ ୯୯.୩୭% ତୁଳନାରେ ୯୯.୫୫ ପାସ କରିଛନ୍ତି । ତା’ ପରବର୍ଷର ସିବିଏସଇ ପାସ ହାର ୯୩.୨% ଥିଲା । ଗତବର୍ଷ କୋଭିଡ଼-୧୯ର ଭୟାବହତା ଯୋଗୁଁ ସିବିଏସଇ ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା । ଯାହା ଫଳରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ଓ ଇଣ୍ଟରନାଲ ମାର୍କକୁ ନେଇ ଫଳାଫଳ ପ୍ରକାଶ ପାଇଥିଲା । ଗତବର୍ଷ ବୋଡର଼୍ କୌଣସି ମେରିଟ ତାଲିକା ପ୍ରକାଶ କରିନଥିଲା ।
ଗତବର୍ଷ ଦ୍ୱାଦଶ ଶ୍ରେଣୀ ଫଳାଫଳରେ ରାଜ୍ୟର ଅନେକ ବିଦ୍ୟାଳୟ ଭଲ ପ୍ରଦର୍ଶନ କରିଥିଲେ । ସିବିଏସଇ ସୂତ୍ରରୁ ପ୍ରକାଶ ପାଇଥିଲା ଯେ, ପ୍ରାୟ ୧୦୬୦ଟି ନୂତନ ବିଦ୍ୟାଳୟରେ ଫଳାଫଳ ଘୋଷଣା କରାଯାଇଥିଲା । ସେହି ବିଦ୍ୟାଳୟ ଗୁଡ଼ିକରେ ପ୍ରାୟ ୬୦,୦୦୦ ଛାତ୍ରାଛାତ୍ରୀଙ୍କର ଭାଗ୍ୟ ନିର୍ଣ୍ଣୟ କରାଯାଇଥିଲା ।
ଏହି ଫଳାଫଳ ପାଇଁ ବୋଡର଼୍ ସିବିଏସଇର ପୃଥକ ମାର୍କସିଟ ଏବଂ ପାସ ସାର୍ଟିଫିକେଟ ବଦଳରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ମିଳିତ ମାର୍କସିଟ-କମ-ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
ପୋଖରିପୁଟ ଡ଼ିଏଭି ପବ୍ଲିକ ସ୍କୁଲର ଛାତ୍ର ଦିବ୍ୟମ ପରିଡ଼ା ୯୨.୬% ମାର୍କ ରଖି ନିଜର ଖୁସି ବ୍ୟକ୍ତ କରିଥିଲେ ।
Comments ସମସ୍ତ ମତାମତ