ମୁଖ୍ୟ ଖବର
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋଡର଼୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଦିନ ସାଢେ଼ ଦଶଟା ରେ ଦଶମ ଛାତ୍ରଛାତ୍ରୀ ପେଣ୍ଟିଙ୍ଗ ସହିତ କିଛି ଭାଷାଗତ ବିଷୟରେ ପରୀକ୍ଷା ଦେବେ । ପରୀକ୍ଷାର ସମୟସୀମା ଦିନ ୧୦.୩୦ରୁ ୧୧.୩୦ ଏକ ଘଣ୍ଟା ଧାର୍ଯ୍ୟ କରାଯାଇଛି । ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପିଲାଙ୍କୁ ପ୍ରଶ୍ନପତ୍ର ପଢ଼ିବାକୁ ଦିଆଯିବ । ଛାତ୍ରଛାତ୍ରୀମାନେ ଏଥିରେ ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବେ । ଆସନ୍ତା କାଲି ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ଭାଷା ପରୀକ୍ଷା ଦେବେ । ଏନେଇ କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ ନିଜ ୱେବସାଇଟ ମାଧ୍ୟମରେ ସମସ୍ତ ତଥ୍ୟ ପ୍ରକାଶ କରିବା ସହିତ ଛାତ୍ରଛାତ୍ରୀଙ୍କର ଆଡ଼ମିଟ କାର୍ଡ ମଧ୍ୟ ଏହି ୱେବସାଇଟ ମାଧ୍ୟମରୁ ଲାଭ କରି ପରିବେ । ନିଜ ଆଡ଼ମିଟ କାର୍ଡ ଲାମିନେସନ କରି ପରୀକ୍ଷା ହଲକୁ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଦଶମ ଶ୍ରେଣୀଙ୍କ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ମେ ୨୪ ତାରିଖ ପର୍ୟ୍ୟନ୍ତ ଚାଲିବ । ଏନେଇ ସିବିଏସ୍ଇ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।
କରୋନା ମହାମାରୀ ପାଇଁ ଚଳିତ ବର୍ଷ ପ୍ରଥମ କରି ସିବିଏସ୍ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଦୁଇଟି ପର୍ୟ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଆଧାରରେ ଗତ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଟର୍ମ-୧ ପରୀକ୍ଷା ସରିଥିଲା । ଯାହାର ଫଳ ଖୁବ୍ଶୀଘ୍ର ପ୍ରକାଶ ପାଇବ । ପ୍ରଥମ ଟର୍ମ ଭଳି ଟର୍ମ-୨ ପରୀକ୍ଷା ଦଶମ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଦଶମ ଶ୍ରେଣୀ ପିଲାଙ୍କ ପ୍ରଥମ ଦିନରେ ପେଣ୍ଟିଂ ବିଷୟ ରହିଛି । ଶେଷ ଦିନ ମେ ୨୪ ତାରିଖରେ ଆଇଟି ବିଷୟ ପରୀକ୍ଷା ହେବ ।
Comments ସମସ୍ତ ମତାମତ