Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କ୍ୟାପିଟାଲ ହସ୍ପିଟାଲ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ

    Share on :
    ajab-Image
    Date: Dec 1, 2022    Views: 3060

    ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ ହୋଇଛି । ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଖୋଲା ରହିବ ଓପିଡି । ଅପରାହ୍ନରେ ୧ଟା ଠାରୁ ୨ଟା ପର୍ୟ୍ୟନ୍ତ କେବଳ ଘଣ୍ଟାଏ ଭୋଜନ ବିରତି ପାଇଁ ବନ୍ଦ ରହିବ ଓପିଡି । ତେବେ ନିର୍ଦ୍ଧାରିତ ସମୟର ୩୦ମିନିଟ ପୂର୍ବରୁ ଅର୍ଥାତ୍ ସକାଳ ସାଢେ ୮ଟା ଠାରୁ ସାଢେ ୧୨ଟା ଓ ଅପରାହ୍ନରେ ପୁଣି ସାଢେ ଗୋଟେ ଠାରୁ ସାଢେ ୪ଟା ପର୍ୟ୍ୟନ୍ତ ରୋଗୀଙ୍କ ପଞ୍ଜିକରଣ ହୋଇପାରିବ ।

    ସେହିଭଳି ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ଓପିଡି ସମୟ ପ୍ରକାରେ ଖୋଲା ରହିବ । ସପ୍ତାହର ସମସ୍ତ ଦିନ ଏହି ସୁବିଧା ଉପଲବ୍ଧ ହେବ । ତେବେ ଜରୁରୀକାଳୀନ ଚିକିତ୍ସା ୨୪ଘଣ୍ଟା ଉପଲବ୍ଧ ହେବ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ପରେ ଏହି ସମୟସୂଚୀରେ ପରିବର୍ତ୍ତନ କରାଯାଇଛି ।

    ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷରୁ ପିଜି କୋର୍ସ ଖୋଲିବା ସହ ଏହା PGIMER ଏବଂ କ୍ୟାପିଟାଲ ହସ୍ପିଟାଲରେ ପରିଣତ ହୋଇଥିବାରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook