Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କ୍ୟାବିନେଟରେ ନିଆଗଲା ଏହି ବଡ ନିଷ୍ପତି

    Share on :
    ajab-Image
    Date: Aug 9, 2021    Views: 7390

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରିବ ଟାଟା
    ଖର୍ଚ୍ଚ ହେବ ୩୩୧ କୋଟି, ୧୮ ମାସରେ ସାରିବାକୁ ଲକ୍ଷ୍ୟ
    ଉପର ଇନ୍ଦ୍ରାବତୀ କେନାଲର ପୁନରୁଦ୍ଧାର ପାଇଁ ୧୪୮ କୋଟି ଟଙ୍କା ଟେଣ୍ଡରକୁ ମଂଜୁରୀ
    ଅର୍ଥସେବା କ୍ୟାଡ଼ର ପଦବୀ ସଂଖ୍ୟା ୧୦୧୬କୁ ବୃଦ୍ଧି
    ଓପିଏସସି କମିଶନ ସଦସ୍ୟ ଅଞ୍ଜନ ମାଣିକଙ୍କ ନିଯୁକ୍ତିକୁ ମଂଜୁରୀ
    ଓଡ଼ିଶା ଘରୋଇ ସୁରକ୍ଷା ଏଜେନ୍ସୀ ନିୟମାବଳୀ ୨୦୨୧କୁ ଅନୁମୋଦନ
    ପଦୋନ୍ନତି ଦ୍ୱାରା ପୂରଣ ହେବ ଜିଲ୍ଲା ଶ୍ରମ ଅଧିକାରୀ ପଦବୀ
    ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପାଇଁ ୧୮ ଏକର ଜମି
    ବାଗଚି ଶ୍ରୀଶଙ୍କର କର୍କଟ କେନ୍ଦ୍ର ଏବଂ ବାଗଚି କରୁଣାଶ୍ରୟ ପାଲିଆଟିଭ କେୟାର ସେଂଟର ପାଇଁ ଷ୍ଟାମ୍ପ ଡ୍ୟୁଟି, ରେଜିଷ୍ଟ୍ରେସନ ଫିସ, ଗ୍ରାଉଣ୍ଡରେଂଟ ଓ ସେସ ଛାଡ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି  । କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି  । କ୍ରୀଡ଼ା ଓ ଯୁବବ୍ୟାପାର, ଜଳ ସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପୂର୍ତ ବିଭାଗର ପ୍ରସ୍ତାବ ଉପରେ ମୋହର ଲାଗିଛି  ।

    ଶ୍ରୀମିନ୍ଦର ପରିକ୍ରମା ପ୍ରକଳ୍ପ ସଂକ୍ରାନ୍ତରେ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି  । ରାଜ୍ୟ ସରକାର ଅବଢା ସ୍କିମ ମାଧ୍ୟମରେ ଐତିହ୍ୟ ସହର ପୁରୀ ଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନିର୍ମାଣ କରିବା ପାଇଁ ନୀତିଗତ ନିଷ୍ପତି ନେଇଛନ୍ତି  । ରାଜ୍ୟ କ୍ୟାବିନେଟ ଟାଟା ପ୍ରୋଜେକ୍ଟସ ଲିମିଟେଡର ୩୩୧ କୋଟି ୨୮ ଲକ୍ଷ ୧୮ ହଜାର ୮୬୫ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ ପ୍ରଦାନ କରିଛନ୍ତି  । ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି  ।

    କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ସମ୍ବଲପୁର ଜିଲ୍ଲାର ସମ୍ବଲପୁର ତହସିଲ ଅନ୍ତର୍ଗତ କାଲାମାତି ମୌଜାରେ ୧୮ ଏକର ୨୩ ଡିସିମିଲ ସରକାରୀ ଜମିକୁ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ପ୍ରଦାନ କରାଯିବ  । ବିନା ଦେୟରେ ଓ ବିନା ଆନୁଷଙ୍ଗିକ ଦେୟରେ ଏହା ପ୍ରଦାନ କରାଯିବ  । ତେବେ ଗ୍ରାଉଣ୍ଡ ରେଂଟ ବାବଦରେ ଏକର ପିଛା ବାର୍ଷିକ ୧୦୦ ଟଙ୍କା ଓ ସେସ ବାବଦରେ ବାର୍ଷିକ ଗ୍ରାଉଣ୍ଡ ରେଂଟର ୭୫% ହିସାବରେ ଲିଜ ମଂଜୁରୀ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ଏଥିପାଇଁ ସରକାରୀ ରାଜକୋଷକୁ ପ୍ରିମିୟମ ଏବଂ ଇନସିଡେଂଟାଲ ଚାର୍ଜ ବାବଦରେ ୪ କୋଟି ୨୧ ଲକ୍ଷ ଟଙ୍କା ଓ ଗ୍ରାଉଣ୍ଡ ରେଂଟ ଓ ସେସ ବାବଦରେ ୬ ଲକ୍ଷ ୬୭ ହଜାର ଟଙ୍କା କ୍ଷତି ସହିବାକୁ ପଡ଼ିବ  ।

    ଉପର ଇନ୍ଦ୍ରାବତୀ ଦକ୍ଷିଣ ପାଶ୍ୱର୍ କେନାଲର ୪୧ କିମି ପର୍ଯ୍ୟନ୍ତ କେନାଲର ପୁନରୁଦ୍ଧାର ଓ ପୁନଃପ୍ରତିଷ୍ଠା ପାଇଁ ୧୪୮ କୋଟି ୧୨ ଲକ୍ଷ ୬୫ ହଜାର ୮୯୪ ଟଙ୍କାର ଟେଣ୍ଡରକୁ ମଂଜୁରୀ ମିଳିଛି । ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ । ରାଜ୍ୟ ସରକାରଙ୍କ ସିଏଲଏସଆରପି ଯୋଜନାରେ ଏହି କାର୍ଯ୍ୟ କରାଯିବ  । ଏହି କେନାଲର ପୁନରୁଦ୍ଧାର ହେଲେ ୪୨୪୪୫ ହେକ୍ଟର ଚାଷଜମିକୁ ଜଳସେଚନ ନିଶ୍ଚିତ କରାଯାଇପାରିବ  । 

    ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ଚଣ୍ଡୀହତା ମୌଜାରେ ବାଗଚି ଶ୍ରୀଶଙ୍କର କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ଓ ବାଗଚି କରୁଣାଶ୍ରୟ ପାଲିଆଟିଭ କେୟାର ସେଂଟର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବାର୍ଷିକ ଗ୍ରାଉଣ୍ଡ ରେଂଟ ଏବଂ ସେସ ବାବଦକୁ ମାତ୍ର ୧ ଟଙ୍କା ବିନିମୟରେ ୪୦ ଏକର ଜମି ଯୋଗାଇଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି  । ଉଭୟ ଅନୁଷ୍ଠାନ ପାଇଁ ୨୦ ଏକର ଲେଖାଏଁ ଜମି ଦିଆଯିବ । ଏହି ଦୁଇ ଅନୁଷ୍ଠାନ ନାମରେ ଲିଜ ଦଲିଲ ସମ୍ପାଦନ ନିମନ୍ତେ ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ନିବନ୍ଧନ ଫି ୨ କୋଟି ୯୨ ଲକ୍ଷ ୧୧ ହଜାର ଟଙ୍କା ଛାଡ଼ କରିବାକୁ ନିଷ୍ପତି ନିଆଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook