Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୧୬ ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟ ମୋହର

    Share on :
    ajab-Image
    Date: Aug 9, 2021    Views: 7118

    ଅପର ଇନ୍ଦ୍ରାବତୀ କେନାଲ ପୁନଃନିର୍ମାଣ ଟେଣ୍ଡରକୁ ମଂଜୁରୀ
    ଆଇଆଇଏମ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ ପାଇଁ ଦିଆଗଲା ଜମି
    ବାଗଚୀ କ୍ୟାନସର ହସପିଟାଲ ପାଇଁ ସେସ ଓ ରେଂଟ ନେବେନି ସରକାର
    ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଟର୍ଣ୍ଣକି ଟେଣ୍ଡରକୁ ମଂଜୁରୀ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି  । କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି  । କ୍ରୀଡ଼ା ଓ ଯୁବବ୍ୟାପାର, ଜଳ ସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପୂର୍ତ ବିଭାଗର ପ୍ରସ୍ତାବ ଉପରେ ମୋହର ଲାଗିଛି  ।

    ଏସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତିଯେ,  ଅପର ଇନ୍ଦ୍ରାବତୀ ଦକ୍ଷିଣ ପାଶ୍ୱର୍ ମୁଖ୍ୟ କେନାଲର ଟେଣ୍ଡରକୁ ମଂଜୁରୀ ମିଳିଛି  । ସେହିପରି ସହରାଂଚଳ କ୍ରୀଡ଼ା ଭିତିଭୂମି ଟେଣ୍ଡରକୁ ଅନୁମୋଦନ ମିଳିଥିବାବେଳେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପାଇଁ ସମ୍ବଲପୁର ତହସିଲ ଅନ୍ତର୍ଗତ କଳାମାଟି ମୌଜାରେ ୧୮.୨୩ ଏକର ଜମି ଲିଜକୁ ମଂଜୁରୀ ପ୍ରଦାନ କରାଯାଇଛି  । ସେହିପରି ବାଗଚୀ-ଶ୍ରୀଶଙ୍କର କ୍ୟାନସର ସେଂଟର ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ଓ ବାଗଚି କରୁଣାଶ୍ରୟ ପାଲାଇଟିଭ କେୟାର ସେଂଟର ପାଇଁ ଦିଆଯାଇଥିବା ଜମି ଉପରେ ବାର୍ଷିକ ରେଂଟ ଓ ସେସ ଛାଡ କରାଯାଇଛି  । ଏହାଛଡ଼ା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଟର୍ଣ୍ଣକି ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook