Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

T20 WORLDCUP

ମୁଖ୍ୟ ଖବର

    ଟି-୨୦ ବିଶ୍ୱକପରୁ ବାଦ ପଡିଲେ ବୁମରା

    Share on :
    ajab-Image
    Date: Oct 4, 2022    Views: 3178

     ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସେ ଦଳକୁ ଫେରିଥିଲେ । ପରେ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଆଘାତ କାରଣରୁ ସେ ପୁଣି ବିଶ୍ରାମ ନେଇଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଥିଲା । ସେପଟେ ବିଶ୍ୱକପରେ ବୁମରାଙ୍କ ସ୍ଥାନରେ କିଏ ଦଳରେ ସ୍ଥାନ ପାଇବେ ସେନେଇ ଖୁବଶୀଘ୍ର ଘୋଷଣା କରାଯିବ ।

    ବୁମରା ଟି-୨୦ ବିଶ୍ୱକପରୁ ବାଦ ପଡିସାରିଛନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ କିନ୍ତୁ କହିଥିଲେ କି, ଶେଷ ସମୟ ଯାଏଁ ଆମେ ଅପେକ୍ଷା କରିବୁ ବୁମରା ଠିକ ହେଲେ ଦଳରେ ସେ ସାମିଲ ହେବେ । ସେଥିପାଇଁ ମେଡିକାଲ ଟିମ ମଧ୍ୟ ତାଙ୍କ ଯାଞ୍ଚ କରୁଥିଲା । ହେଲେ ଏବେ ସେ ଆଶାରେ ପାଣି ପଶିଯାଇଛି । ବୁମରା ବାଦ ପଡିଥିବା ନେଇ ବିସିସିଆଇ ନିଜେ ଏବେ ଟ୍ୱିଟ  କରିଛି ।

    Maximum 500 characters

    T20 WORLDCUP View all

    Find Us on Facebook