Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡଙ୍ଗା ଓଲଟି ୪ ମୃତ

    Share on :
    ajab-Image
    Date: Apr 16, 2024    Views: 4757

    ଶ୍ରୀନଗର: ମଙ୍ଗଳବାର ଦିନ ଶ୍ରୀନଗରର ଝେଲମ ନଦୀରେ ଏକ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି। ନଦୀ ମଧ୍ୟରେ ଏକ ଡଙ୍ଗା ୧୦ରୁ ୧୨ ଜଣ ସ୍କୁଲ ଛାତ୍ରଙ୍କ ସମେତ ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡ଼ିବାରୁ ଏପରି ଘଟିଛି।ସହରର ବାଟୱାରା ଗଣ୍ଡାବାଲ ଅଞ୍ଚଳର ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଡଙ୍ଗାଟି ସକାଳେ ନଦୀ ଭିତରେ ଓଲଟି ପଡ଼ିବାକୁ ଏପରି ଘଟିଛି।

    ଏହି ଦୁର୍ଘଟଣା ପରେ ଡଙ୍ଗାରେ ବସିଥିଲା ଲୋକମାନଙ୍କ ମଧ୍ୟରୁ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା। ଶ୍ରୀନଗରର ଏସଏମଏଚଏସ ହସ୍ପିଟାଲର ମେଡିକାଲ ଅଧୀକ୍ଷକ  କହିଛନ୍ତି ଯେ ୭ ଜଣଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ସେଥିମଧ୍ୟରୁ ଚାରିଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଚିକିତ୍ସିତ ହେଉଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook