Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଶେଶ୍ବର ଟୁଡୁଙ୍କୁ ଟିକଟ ଦେଇନି ଦଳ

    Share on :
    ajab-Image
    Date: Apr 16, 2024    Views: 4892

    ଭୁବନେଶ୍ବର : ବିଜେପି ଆଜି ରାଜ୍ୟରେ ଆଉ ୨୧ ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଉରକେଲାରୁ ଦଳ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଟିକେଟ ଦେଇଛି । ଜଗତସିଂହପୁରରୁ ଅମରେନ୍ଦ୍ର ଦାସ, ରଣପୁରରୁ ସୁରମା ପାଢୀ ପ୍ରମୁଖଙ୍କୁ ଟିକେଟ ମିଳିଛି । ପୂର୍ବରୁ ଦଳ ପ୍ରଥମ ପର୍ୟ୍ୟାୟରେ ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଦଳ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନରେ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ଅନ୍ୟ ଏକ ରୋଚକ କଥା ହେଉଛି, ଦଳ ମୟୂରଭଞ୍ଜ ଜିଲ୍ଲାରେ ୯ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ଟିକଟ ଦେଇନି ଦଳ । ସାଂସଦ ପ୍ରାର୍ଥୀ ଭାବେ ଟିକେଟ ନମିଳିବା ପରେ ଟୁଡୁଙ୍କୁ ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ବିଧାନସଭା ଟିକଟ ମଧ୍ୟ ମିଳିଲା ନାହିଁ । ୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ଦୁଇଟି ପର୍ୟ୍ୟାୟରେ ୧୩୩ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ, ଆଉ ୧୪ ଆସନରେ ବାକି ରହିଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook