Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମହିଳାଙ୍କ ଚରିତ୍ର ସଂହାର କରୁଛି ରାଜ୍ୟ ବିଜେପି:ବିଜେଡି

    Share on :
    ajab-Image
    Date: Apr 18, 2024    Views: 3314

    ଭୁବନେଶ୍ୱର: ତୃଣମୂଳ ସ୍ତରରେ ମହିଳାଙ୍କ ଚରିତ୍ର ସଂହାର କରୁଛି ବିଜେପି। ମୁଖ୍ୟ ନିର୍ବାଚନ କମିଶନଙ୍କ ନାଁ ନେଇ ଧମକ ଦେଉଛନ୍ତି। କଥା ନମାନିଲେ ପରିଣାମ ଭୋଗିବ ବୋଲି ନାଲି ଆଖି ଦେଖାଉଛନ୍ତି । ପ୍ରତ୍ୟେକ ନିର୍ବାଚନ ଓ ଉପନିର୍ବାଚନ ପୂର୍ବରୁ ମହିଳାଙ୍କୁ ଏଭଳି ଧମକାଉଛନ୍ତି ବିଜେପି ନେତା ଓ କର୍ମୀ। ଏନେଇ ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି। ରାଜ୍ୟର ମହିଳାମାନଙ୍କ ସ୍ୱାସ୍ଥ୍ୟରକ୍ଷା ଦିଗରେ ଆଶାକର୍ମୀମାନେ ତୃଣମୂଳସ୍ତରରେ କାମ କରୁଛନ୍ତି। ଛୁଆଙ୍କ ପୋଷଣ ପାଇଁ ଅଙ୍ଗନବାଡି କର୍ମୀମାନେ କାମ କରୁଛନ୍ତି।

    ସେହିଭଳି ମହିଳା ସଶକ୍ତିକରଣ ଦିଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା। ତେବେ ତୃଣମୂଳସ୍ତରରେ କାର୍ୟ୍ୟରତ ମହିଳାଙ୍କୁ କାହିଁକି ଇର୍ଷା କରୁଛି ବିଜେପି ବୋଲି ପ୍ରଶ୍ନ କରିଛି ବିଜେଡି। ବିଜେପିର ଏହି ଗୁଣ୍ଡାରାଜ ଉପରେ ଦୃଷ୍ଟି ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି ବିଜେଡି। ବିଜେଡିର ଏକ ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook