Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିରେ ମିଶିଲେ ସୁରେନ୍ଦ୍ର ସିଂ ଭୋଇ

    Share on :
    ajab-Image
    Date: Mar 29, 2024    Views: 2958

    ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳର ମିଶ୍ରଣ ପର୍ବ ଜାରି ରହିଛି । ଟିକେଟ୍‌ ପାଇବା ଆଶାରେ ହେଉ ଅବା ନମିଳିବା ଆଶାରେ ଦଳ ଡିଆଁ କରୁଛନ୍ତି ନେତା ଓ କର୍ମୀ । ଏହି କ୍ରମରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ଆଜି ବିଜେଡିରେ ଯୋଗଦେଇଛନ୍ତି । ଭୁବନେଶ୍ୱରସ୍ଥ ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ଭୋଇ ବିଜେଡିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ଟୁକୁନି ସାହୁ, ସସ୍ମିତ ପାତ୍ର ଓ  ଅଧିରାଜ ପାଣିଗ୍ରାହୀଙ୍କ ଭଳି ବହୁ ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ସୁରେନ୍ଦ୍ର ସିଂ ଭୋଇ ବିଜେଡିରେ ସାମିଲ ହୋଇଛନ୍ତି । 

    ଦୀର୍ଘ ୩୮ ବର୍ଷ ଧରି ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରେ ରହିଆସିଥିଲେ ।କିନ୍ତୁ ଗତକାଲି ସେ କଂଗ୍ରେରୁ ଇସ୍ତଫା ଦେଇଥିଲେ ।   ୨୦୦୯ରୁ ୨୦୧୪ ଯାଏଁ  ସେ ଟିଟିଲାଗଡ ଆସନରୁ  ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ ଓ ୨୦୧୯ରେ ଟୁକୁନି ସାହୁଙ୍କ ଠାରୁ ହାରିଯାଇଥିଲେ । କୁହାଯାଉଛି ଅଶୋକ ନନ୍ଦଙ୍କୁ ବଲାଙ୍ଗିର ଜିଲ୍ଲା କଂଗ୍ରେସର ଆଡହକ ସଭାପତି ଘୋଷଣା କରାଯିବା ପରେ  ସେ ଅସନ୍ତୁଷ୍ଟ ଥିଲେ । କିଛି ଦିନ ତଳେ ଅଧିରାଜ ପାଣିଗ୍ରାହୀ ଓ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏବେ ସୁରେନ୍ଦ୍ର ସିଂ ଭୋଇଙ୍କ ଦଳ ଛାଡିବା କଂଗ୍ରେସ ପାଇଁ ଆଉ ଏକ ଝଟକା ହୋଇଛି ।

     

    Maximum 500 characters

    ରାଜନୀତି View all

    Find Us on Facebook