Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି:ବିଜେଡ଼ି

    Share on :
    ajab-Image
    Date: Feb 16, 2024    Views: 2716

    ଭୁବନେଶ୍ବର: ଶିଳ୍ପାୟନ ପାଇଁ ଓଡିଶାରେ ସୃଷ୍ଟି ହୋଇଛି ଅନୁକୂଳ ବାତାବରଣ । ଫଳ ସ୍ୱରୂପ ଗତ ୭ ବର୍ଷ ମଧ୍ୟରେ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଇଭି ଯାନ, ପ୍ଲାଷ୍ଟିକ ଓ କେମିକାଲ, ପର୍ୟ୍ୟଟନ ତଥା ମେଟାଲ ଡାଉନଷ୍ଟ୍ରିମ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇଛି । ୧୧.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୭ ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେଡ଼ି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ଓ ଡକ୍ଟର ସସ୍ମିତ ପାତ୍ର ।

    ବିଜେଡ଼ି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି," ଆରବିଆଇ ରିପୋର୍ଟ ଅନୁଯାୟୀ ପୁଞ୍ଜିନିବେଶ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ରାଜ୍ୟ ତୃତୀୟ ସ୍ଥାନରେ ରହିଛି । ସିଏମଆଇ ଓ ସିଆଇଆଇ ରିପୋର୍ଟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ଗତ ୭ ବର୍ଷ ଭିତରେ ରପ୍ତାନୀ ପରିମାଣ ପାଖାପାଖି ଦୁଇ ଗୁଣ ହୋଇଛି । ଗଲା ଦୁଇ ଦଶନ୍ଧି ମଧ୍ୟରେ ସିମେଣ୍ଟ ଉତ୍ପାଦନ ୨୨ ଗୁଣା ବୃଦ୍ଧି ହୋଇଛି । ଏହା ସହ ଷ୍ଟିଲ ଉତ୍ପାଦନରେ ପ୍ରାୟ ୧୫ ଗୁଣା ବୃଦ୍ଧି ହୋଇପାରିଛି । ଟେକ୍ସଟାଇଲ, କେମିକାଲ, ପ୍ଲାଷ୍ଟିକ, ଗ୍ରୀନ ହାଇଡ୍ରୋଜେନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବହୁ ବଡ଼ ବଡ଼ ପୁଞ୍ଜିନିବେଶକାରୀ ଆଜି ଓଡ଼ିଶାରେ ପୁଞ୍ଜିନିବେଶ କରୁଛନ୍ତି । ବନ୍ଦର ପରିଚାଳନା କ୍ଷମତା ୨୦ ମେଟ୍ରିକ ଟନରୁ ବୃଦ୍ଧି ପାଇ ଆଜି ୧୭୬ ମେଟ୍ରିକ ଟନରେ ପହଞ୍ଚିପାରିଛି । "

    ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ଯୁବଶକ୍ତିର ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଉଛି । ଫଳରେ ନୂତନ ପୁଞ୍ଜିନିବେଶକାରୀ ମାନେ ରାଜ୍ୟର ଦକ୍ଷତା ବିକାଶ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସ୍କିଲ୍ଡ ଇନ ଓଡ଼ିଶା ଯୁବଶକ୍ତିକୁ ନିଯୁକ୍ତି ମିଳିପାରୁଛି । ଶାସନରେ ସ୍ୱଚ୍ଛତା ଅବଲମ୍ବନ କରାଯିବା ଫଳରେ ରାଜସ୍ୱ ବଳକା ରାଜ୍ୟ ହୋଇଛି ଓଡ଼ିଶା । ଏହା ସହ ଓଡ଼ିଶା ଆଜି ଆର୍ଥିକ ପରିଚାଳନାରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ସୁଶାସନ ଲାଗି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ନିବେଶକମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆକୃଷ୍ଟ ହେଉଛନ୍ତି ।

    ସେହିପରି ରାଜ୍ୟ ଅର୍ଥନୀତିର ରୂପରେଖ ବଦଳିଛି । ବ୍ୟାପକ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଲାଗି ଆଜି ଓଡ଼ିଶା ଅର୍ଥନୀତିକୁ ଶିଳ୍ପ କ୍ଷେତ୍ରରୁ ୪୧.୩ ପ୍ରତିଶତ ରାଜସ୍ୱ ମିଳିପାରୁଛି । ଯାହାକି ଅନ୍ୟ ରାଜ୍ୟ ଓ ଜାତୀୟ ସ୍ତରରେ ଶିଳ୍ପ କ୍ଷେତ୍ରରୁ ୨୮.୫ ପ୍ରତିଶତ ରାଜସ୍ୱ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା କ୍ଷୀପ୍ର ଗତିରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook