Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜିକୁ ଠିକ୍ ୪ ବର୍ଷ ତଳେ ପଞ୍ଚମ ଥର ପାଇଁ ସରକାର ଗଠନ କରିଥିଲା ବିଜୁ ଜନତା ଦଳ

    Share on :
    ajab-Image
    Date: May 29, 2023    Views: 3668

    ଭୁବନେଶ୍ବର : ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ପୂରଣ କରିଛନ୍ତି ନିଜ ପଞ୍ଚମ ପାଳିର ଚତୁର୍ଥ ବର୍ଷ। ଆଜିକୁ ଠିକ୍ ୪ ବର୍ଷ ତଳେ ୨୦୧୯ ମେ’ ୨୯ ତାରିଖରେ ପଞ୍ଚମ ଥର ପାଇଁ ସରକାର ଗଠନ କରିଥିଲା ବିଜୁ ଜନତା ଦଳ। ୨୦୦୦, ୨୦୦୪, ୨୦୦୯, ୨୦୧୪ ପରେ ୨୦୧୯ ମସିହାର ମଧ୍ୟ ରାଜନୀତି ପଣ୍ଡିତଙ୍କ ବୁଦ୍ଧି ହଜାଇଦେଇଥିଲା ନିର୍ବାଚନ ଫଳାଫଳ । ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ । ବିରୋଧୀଙ୍କୁ ପୁଣିଥରେ ନିର୍ବାଚନରେ ମାତ୍ ଦେଇ, ବିଜେଡିକୁ ବହୁମତ ଦେଇଥିଲେ ନବୀନ ପଟ୍ଟନାୟକ।
    ୨୦୧୯ ମେ’ ୨୯ ତାରିଖ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆର ଶପଥ ଗ୍ରହଣ ସମାରୋହରୁ ଆରମ୍ଭ ହୋଇଥିଲା, ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ। ସେ ଐତିହାସିକ ଅଧ୍ୟାୟକୁ ଆଜି ପୂରିଛି ୪ ବର୍ଷ । ଏହାରି ଭିତରେ ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ବାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇଦେବାରୁ ମଡେଲ ସାଜିଛି ବିଜେଡି ସରକାର ।
    ନୂଆ ଓଡିଶା ଗଠନ ସହ ନବୀନ ସାଜିଛନ୍ତି ନବ ଉତ୍କଳର ନିର୍ମାଣକର୍ତ୍ତା । ମନ୍ଦିର ସୌନ୍ଦର୍ୟ୍ୟକରଣ ହେଉ କି ବିଶ୍ୱସ୍ତରୀୟ ମେଡିକାଲ ଗଠନ । ନୂଆ ନୂଆ ଷ୍ଟାଡିୟମ ହେଉ କି ସରକାରୀ ସ୍କୁଲର ରୂପାନ୍ତରୀକରଣ । ନୂଆ ଓଡିଶା ଗଠନ ପାଇଁ ନବୀନ ଦିନରାତି ପରିଶ୍ରମ କରିଚାଲିଛନ୍ତି । ତାଙ୍କରି ସମୟରେ ହିଁ ନୂଆ ରୂପ ପାଇଛି ଶ୍ରୀମନ୍ଦିର ଐତିହ୍ୟ କରିଡର । ତାରା ତାରିଣୀ ମନ୍ଦିରର ରୂପ ବଦଳିଛି, ରେକର୍ଡ ସମୟରେ ବିର୍ସାମୁଣ୍ଡା ଷ୍ଟାଡିୟମ ନିର୍ମାଣ ହୋଇଛି। ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ସାଜିଛି ୫ଟି । ନୂଆ ଓଡିଶା ଗଠନର ପଡ଼ିଛି ନୂଆ ମୂଳଦୁଆ । ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚିଛି ପ୍ରଶାସନ। ସରକାରୀ କାର୍ୟ୍ୟାଳୟରେ ଲାଞ୍ଚ କାରବାର ଉପରେ ରୋକ ଲଗାଇବାକୁ ଆରମ୍ଭ ହୋଇଛି ମୋ ସରକାର ଅଭିଯାନ । ବିଦା ହେଉଛନ୍ତି ଦୁର୍ନୀତିଖୋର ଓ ଅପାରଗ ଅଫିସର । ସ୍ବଚ୍ଛତା ସହ ରୂପାନ୍ତରଣରେ ଲେଖାହୋଇଛି ନୂଆ ଅଧ୍ୟାୟ । ଘରୋଇ ସ୍କୁଲଠାରୁ ସରକାରୀ ସ୍କୁଲ ଅଧିକ ବିକଶିତ ହୋଇଛି । ସ୍ବାସ୍ଥ୍ୟସେବାରେ ଆସିଛି ଐତିହାସିକ ପରିବର୍ତ୍ତନ ।

    ଜନକଲ୍ୟାଣକାରୀ ଯୋଜନାର କ୍ରିୟାନୟନ୍ୱ ଓ ସୁଶାସନ ନବୀନଙ୍କ ପଞ୍ଚମ ପାଳିର ସବୁଠୁ ବଡ ଉପଲବ୍ଧି । ଏହି ଉପଲବ୍ଧି ବଳରେ ହିଁ ନବୀନ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିଣିଛନ୍ତି । ରାଜ୍ୟର ସବୁଠୁ ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳକୁ ପହଁଚିଛି ସ୍ବାସ୍ଥ୍ୟସେବା । ଦୀର୍ଘ ୨୩ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟବାସୀଙ୍କ ବିଶ୍ବାସ ଜିତି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

    Maximum 500 characters

    ରାଜନୀତି View all

    Find Us on Facebook