Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ବିର୍ସା ମୁଣ୍ଡା; ସତ ହୋଇଥିଲା ଯାହାଙ୍କ ଭବିଷ୍ୟବାଣୀ

    Share on :
    ajab-Image
    Date: Aug 11, 2022    Views: 2326

    ଭାରତୀୟ ମୁକ୍ତି ସଂଗ୍ରାମର ଜଣେ ମହାନ ସଂଗ୍ରାମୀ ହେଉଛନ୍ତି ବିର୍ସା ମୁଣ୍ଡା  । ଆଦିବାସୀ କୂଳରେ ଜନ୍ମ ହୋଇଥିଲେବି ଶିକ୍ଷା, ଦୀକ୍ଷାରେ ସେ ଢେର ଆଗରେ ଥିଲେ  । ତେବେ ସବୁଠାରୁ ବଡ଼ କଥା ହେଉଛି, ସେ ଯେଉଁସବୁ ଭବିଷ୍ୟବାଣୀ କରୁଥିଲେ, ତାହା ସତ୍ୟରେ ପରିଣତ ହେଉଥିଲା  । ସେଥିପାଇଁ ତାଙ୍କୁ ଆଦିବାସୀମାନେ ଭଗବାନ ବୋଲି ବି ମନେ କରୁଥିଲେ  । 

    ଚାଲକଦା ନାମକ ଏକ ଛୋଟିଆ ଆଦିବାସୀ ଗାଁରେ ରହୁଥିଲେ ସୁଗୁନା ମୁଣ୍ଡା ଓ କିରିମୀ । ତାଙ୍କର ପୁଅ ନାଁ ହେଉଛି ବିର୍ସା ମୁଣ୍ଡା  । ପିଲା ଦିନରୁ ବିର୍ସା ଖୁବ୍ ଭଲ ପଢୁଥିଲେ  । ତେଣୁ ଚାଇଁବସାଠାରେ ଥିବା ଖ୍ରୀଷ୍ଟିୟାନ ମିଶନ୍ ସ୍କୁଲରେ ତାଙ୍କର ନାମଲେଖା ହୋଇଥିଲା  । ସେତେବେଳେ ଆଦିବାସୀ ପିଲାମାନେ ପ୍ରାୟ ପାଠ ପଢୁ ନଥିôଲେ । ବିର୍ସା କିନ୍ତୁ ଅତି ଶୀଘ୍ର ଓଡିଆ ସହିତ ଇଂରାଜୀ ଲେଖିବା, ପଢିବା ଓ କହିବା ଶିଖିଗଲେ । ଚାଇବସା ମିଶନ ଦାୟିତ୍ୱରେ ଥିବା ଇଂରେଜୀ ପାଦ୍ରୀ ଫାଦର ନେଟ୍ରେଟେ ତାଙ୍କୁ ନିଜର ପୁଅ ପରି ଭଲ ପାଇଲେ । ସେତେବେଳେ ଆଦିବାସୀ  ଉପରେ ବିଦେଶୀ ଇଂରେଜଙ୍କ ଅପେକ୍ଷା ଦେଶୀ ବ୍ୟବସାୟୀମାନେ ବେଶୀ ଅତ୍ୟାଚାର କରୁଥିଲେ । ମିଶନର କଥା ସମସ୍ତେ ମାନିବାକୁ ବାଧ୍ୟ ଥିଲେ । ଯଦି କେହି ନମାନିଲା ତା’ ସହିତ ତା’ପରିବାରକୁ ମଧ୍ୟ କଠିନ ଦଣ୍ଡ ଦିଆଯାଉଥିଲା । 
    ସେତେବେଳେ ସ୍ୱାଧୀନତା ଆନେ୍ଦାଳନ ଚାଲିଥାଏ  । ମିଶନରେ ପଢୁଥିବା  ଜଣେ ପିଲାର ବାପା ଇଂରେଜମାନଙ୍କ ବିରୋଧରେ ହେଉଥିବା ଆନେ୍ଦାଳନରେ ଯୋଗଦେଲେ  । ତେଣୁ ପିଲାଟିକୁ ବନ୍ଦୀ କରାଗଲା । ହଳର ଗୋଟାଏ ପାଖରେ ଗୋଟାଏ ବଳଦ ଅନ୍ୟପାଖରେ ସେ ପିଲାଟି କାନ୍ଧରେ ଜୁଆଳୀ ବନ୍ଧାଗଲା । ବଳଦ ସହିତ  ମିଶି ସେ ହଳ ଟାଣୁଥାଏ । ଚାଲି ନପାରିଲେ ବଳଦକୁ ପିଟିଲା ପରି ହଳ କରୁଥିବା ଲୋକଟି ପିଲାକୁ ପିଟୁଥାଏ । ତା’ର ସାରା ଦେହରୁ ଧାରଧାର ରକ୍ତ ବହୁଥାଏ । ମିଶନର ସବୁ ଛାତ୍ର ଏହାକୁ ଦେଖି ମଧ୍ୟ ସହି ଯାଉଥାଆନ୍ତି । କିନ୍ତୁ ବିର୍ସା ମୁଣ୍ଡା ଏହା ଦେଖି ସହିପାରିନଥିଲେ  । ନିଜେ ଯାଇ ହଳ ଆଗରେ ଠିଆ ହେବା ସହ ଜୁଆଳୀରୁ ପିଲାଟିକୁ ଫିଟାଇଦେଲେ  । ପାଞ୍ଚଣ ଛଡାଇ ନେଇ ହଳ କରୁଥିବା ଲୋକଟିକୁ ଖୁବ୍ ଜୋରରେ ପିଟିଲା  । ପିଲାଟି ପରି ତା’ଦେହରୁ ବି ରକ୍ତ ବୋହିଲା । 
    ଏହାଶୁଣି ତାକୁ ଅତି ଭଲ ପାଉଥିବା ଫାଦର ନେଟ୍ରେଟେ ତାଙ୍କୁ ମାରିବା ପାଇଁ ହାତ ଉଠାଇଲେ । ବିର୍ସା ତାଙ୍କ ହାତକୁ ଏମିତି  ଧରିନେଲେଯେ, ବୁଢା ନେଟ୍ରେଟେ ହାତ ଛଡାଇ ପାରିଲେ ନାହିଁ । ନିଜ ଇଚ୍ଛାରେ ପାଠରେ ଡୋରି ବାନ୍ଧି, ବିର୍ସା ତାଙ୍କ ଗାଁକୁ ଫେରି ଆସିଲା । ସେତେବେଳେ ସୁଧଖୋର ମହାଜନମାନେ ସେମାନଙ୍କ ଟଙ୍କା ଆଦାୟ ପାଇଁ ଆଦିବାସୀମାନଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ । ସେମାନଙ୍କୁ କାମ କରାଉଥିଲେ  । କାଳେ କୁଆଡେ ଖସି ପଳାଇବେ ବୋଲି ତାଙ୍କ ବେକ ଓ ଅଣ୍ଟାକୁ ଲୁହାକଡିରେ ବାନ୍ଧୁଥିଲେ । ଗୋରୁଗାଈଙ୍କ ପରି ଖୁଣ୍ଟରେ ସେମାନେ ବନ୍ଧା ଯାଉଥିଲେ । ତା’ଛଡା ବସନ୍ତ ବା ହଇଜା ହେଲେ ସେତେବେଳେ କୌଣସି ଚିକିସôାର ବ୍ୟବସ୍ଥା ନଥିଲା । ଲୋକମାନେ ପୋକମାଛି ପରି ମରୁଥିଲେ । ବଣର ଆଦିବାସୀମାନେ ଏଇ ରୋଗକୁ ଠାକୁରାଣୀ ଭାବି ପୂଜା କରୁଥିଲେ । ଗୁଣିଆ ଡାକି କୁକୁଡା ବଳି ଦେଉଥିଲେ । ଅନ୍ଧବିଶ୍ୱାସ ଦୂର କରିବା ସମ୍ଭବ ନଥିଲା । ବିର୍ସା ପଣ କଲେ ଲୋକଙ୍କ ମନରୁ ଏ ଅନ୍ଧବିଶ୍ୱାସ ନିଶ୍ଚୟ ଦୂର କରିବି  ଓ  ଅତ୍ୟାଚାରୀ ସୁଧଖୋର ମହାଜନଙ୍କ କବଳରୁ ସରଳ ଆଦିବାସୀମାନଙ୍କୁ ମୁକ୍ତ କରିବି । ଗାଁ ଗାଁ ବୁଲି ଚେରମୂଳି ଔଷଧ ଦେଇ ଲୋକଙ୍କ ରୋଗ ସେ ଭଲ କଲେ  । ବିର୍ସାଙ୍କୁ ସେମାନେ ଭଗବାନ ବୋଲି ମନେକରି ତାଙ୍କୁ ‘ଧରିତ୍ ଆବବା’ବା ପୃଥିବୀର ପିତା ବୋଲି କହିଲେ  । ବିର୍ସାଙ୍କୁ ନେତା ଓ ଭଗବାନ ଭାବି ମୁଣ୍ଡା ଓ ଅନ୍ୟାନ୍ୟ ଆଦିବାସୀମାନେ ବଣ ପାହାଡରେ ତାଙ୍କ ପଛରେ ଏକଜୁଟ ହେଲେ । ଇଂରେଜ ସାହେବ ମେୟରସ ବହୁ ବନ୍ଧୁକ ଧରିଥିବା ସୈନ୍ୟମାନଙ୍କୁ ନେଇ ବିର୍ସାଙ୍କୁ ଆକ୍ରମଣ କଲେ । ବିର୍ସାଙ୍କୁ ଇଂରେଜମାନେ ବନ୍ଦୀ କରିନେଲେ  । ସେତେବେଳେ ସେ ଖୁବ୍ ସାହସର ସହିତ ଶୁଦ୍ଧ ଇଂରେଜୀରେ ସେମାନଙ୍କୁ କହିଲେ; ଶୁଣ ମେୟରସ ମୁଁ ଚାହିଁଲେ ଯୁଦ୍ଧ ହୋଇଥାନ୍ତା । ତୁମେ ପରାସ୍ତ ହୋଇଥାନ୍ତ । ବହୁ ଇଂରେଜ ସୈନ୍ୟଙ୍କ ସହିତ ମୋ’ ପ୍ରିୟ ଆଦିବାସୀମାନେ ବି ମରିଥାନ୍ତେ । ତାହା ମୁଁ ଚାହୁଁ ନାହିଁ । କାରଣ ମୁଁ ନିଜ ଇଚ୍ଛାରେ ଜେଲ ଯିବାକୁ ଠିକ୍ କରିଛି  । ସେଥିପାଇଁ ମୁଁ ଜାଣି ଜାଣି ବନ୍ଦୀ ହୋଇଛି । ଏହାଶୁଣି ମେୟରସ ହସିଲେ । ପୁଣି ବିର୍ସା ଶୁଦ୍ଧ ଇଂରେଜୀରେ କହିଲେ : ମୁଁ ଜାଣେ  ତୁମେ ମୋ କଥାକୁ ବିଶ୍ୱାସ  କରିପାରିବ ନାହିଁ । ତେବେ ଶୁଣ ମୁଁ ମାତ୍ର ଠିକ୍ ଗୋଟାଏ ବର୍ଷ ଇଚ୍ଛା କରି ଜେଲରେ  ରହିବି । ଆଜି ୧୮୯୫ ମସିହା ଅଗଷ୍ଟ ୧୬ ତାରିଖ । ମୁଁ ୧୮୯୬ ଅଗଷ୍ଟ ୧୬ ତାରିଖରେ ଜେଲରୁ ମୁକ୍ତ ହେବି ।  ତା’ ପରବର୍ଷ ଅଗଷ୍ଟ ୧୬ ତାରିଖରେ ମହାରାଣୀ ଭିକ୍ଟୋରିଆଙ୍କ ଇଂଲଣ୍ଡ ସିଂହାସନରେ ବସିବାର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଗଲା । ମହାରାଣୀ ଆଦେଶରେ ଜେଲରେ ଥିବା ସବୁ ଭାରତୀୟଙ୍କୁ ମୁକ୍ତ କରାଗଲା । ବିର୍ସାଙ୍କ କଥା ଅପେକ୍ଷା ସତ ହେଲା । ସେହି ମେୟରସ ସେଦିନ କହିଥିବା ନିଦ୍ଧଷ୍ଟ ଦିନରେ ତାଙ୍କୁ ସତରେ ବାଧ୍ୟ  ହୋଇ ମୁକ୍ତ କଲେ ।  ଫଳରେ ଆଦିବାସୀ ତାଙ୍କୁ ସତରେ ଭଗବାନ ବୋଲି ମାନିଲେ । ୧୯୯୦ ମସିହା ମର୍ଚ୍ଚ ୩ ତାରିଖରେ ପୁଣି ସେ ବନ୍ଦୀ ହେଲେ । ଜେଲଖାନାରେ ତାଙ୍କୁ ରୋଗ ହେଲା  । ସେ ଜେଲ ଭିତରେ ସେ ମରିଗଲେ । ଜେଲ୍ ଯିବା ପୂର୍ବରୁ ସେ ହଜାର ଆଜିବାସୀଙ୍କ ଆଗରେ ଇଂରେଜ କମିଶନର ଷ୍ଟିଟଫିଲ୍ଡଙ୍କୁ ଛାଡ କହିଥିଲେ :ଶୁଣ ସାହେବ ଆଜିଠାରୁ ଠିକ୍ ୪୭ ବର୍ଷ ପରେ ମୋ’ଭାରତ ସ୍ୱାଧୀନ ହେବ । ପୁଣି ବିର୍ସାଙ୍କ କଥା ସତ ହେଲା । ଭାରତ ୪୭ ବର୍ଷ ପରେ ହିଁ ସ୍ୱାଧୀନ ହେଲା ।

     

    Maximum 500 characters

    ICSE 10TH View all

    Find Us on Facebook