Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଳ୍ପନାଜଳ୍ପନା ଜାରି: ବିଜୟ ରୂପାନୀଙ୍କ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ?

    Share on :
    ajab-Image
    Date: Sep 12, 2021    Views: 5108

    ନୂଆଦିଲ୍ଲୀ: ୬ ମାସରେ ବିଜେପି ଶାସିତ ରାଜ୍ୟର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ରୂପାନୀ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଜୁଲାଇ ୩ ରେ ତିରଥ ସିଂହ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଶପଥ ଗ୍ରହଣ କରିବାର ମାତ୍ର ୬ ମାସ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ମାର୍ଚ୍ଚ ୧୦ରେ ତିରଥ ସିଂହ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତି୍ରବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତିରଥଙ୍କ ପରେ ପୁଷ୍କର ସିଂହ ଧାମୀ ଜୁଲାଇ ୪ ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ । ଏହା ପରେ ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ତାଙ୍କ ଇସ୍ତଫା ଘୋଷଣା କଲେ । ରୂପାନୀଙ୍କ ଇସ୍ତଫା ଗୁଜରାଟ ରାଜନୀତିକୁ ସରଗରମ କରିଛି । ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଚାର ବିମର୍ଶ ଜାରି ରହିଛି । ଯେଉଁ ପ୍ରମୁଖ ନେତା ମୁଖ୍ୟମନ୍ତ୍ରୀ ହେବା ତାଲିକାରେ ଅଛନ୍ତି ସେମାନେ ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଆରସି ଫାଲଦୁ, ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲ ଏବଂ ରାଜ୍ୟ ବିଜେପି ସଭାପତି ଗୋବର୍ଦ୍ଧନ ଜାଡ଼ାଫିଆ । ତେବେ ନୀତିନ ପଟେଲ ଏବଂ ସିଆର ପାଟିଲଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ବହୁତ ଅଧିକ ରହିଛି । ରାଜ୍ୟରେ ପଟିଦାର ସମ୍ପ୍ରଦାୟର ବିଶାଳ ଭୋଟ ବ୍ୟାଙ୍କକୁ ଦୃଷ୍ଟିରେ ରଖି ବିଜେପି ନିଷ୍ପତ୍ତି ନେବ ବୋଲି ଚର୍ଚ୍ଚା ହେଉଛି । ବିଜୟ ରୂପାନୀଙ୍କ ଇସ୍ତଫା ପରେ ଆପ କହିଛି ଯେ ଗୁଜରାଟରେ ଆପର ଶକ୍ତି ବୃଦ୍ଧି ଯୋଗୁଁ ବିଜେପିର ଭୟ ବଢ଼ିଛି । ବିଜେପି ଏହାର ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ବାଧ୍ୟ ହୋଇଛି । ଆପ ବିଜେପିକୁ ପଛରେ ପକାଇ ସୁରାଟରେ ୨୭ ଆସନରେ ଜିତିଥିଲା । ତେଣୁ ବିଜେପି ନେତୃତ୍ୱ ବଦଳାଇବାକୁ ବାଧ୍ୟ ହୋଇଛି ବୋଲି ଆପ ବିଧାୟକ ରାଘବ ଚଢ଼ା କହିଛନ୍ତି । ରୂପାନୀଙ୍କ ଇସ୍ତଫା ପରେ ଆପ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛି । ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ କରି କୁହାଯାଇଛି, ନିର୍ବାଚନ ଥିବା ରାଜ୍ୟମାନଙ୍କରେ ଲୋକମାନେ ବିଜେପି ସରକାର ବଦଳାଇବାକୁ ମନସ୍ଥ କରିଛନ୍ତି । କିନ୍ତୁ ବିଜେପି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବଦଳାଇବାରେ ଲାଗି ପଡ଼ିଛି । ସେମାନେ ଯେତେ ମୁଖ୍ୟମନ୍ତ୍ରୀ ବଦଳାଇଲେ ବି କିଛି ହେବ ନାହିଁ ବୋଲି ଯୁବ କଂଗ୍ରେସ କହିଛି ।

    Maximum 500 characters

    ରାଜନୀତି View all

    Find Us on Facebook