Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ପଦ୍ମ ଧରିପାରନ୍ତି ଭର୍ତ୍ତୃହରି

    Share on :
    ajab-Image
    Date: Mar 28, 2024    Views: 3398

    ଭୁବନେଶ୍ୱର: ନିକଟରେ ବିଜେଡିରୁ ଇସ୍ତଫାଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ବିଜେପିରେ ମିଶିପାରନ୍ତି । ସମ୍ବାଦ ସରବରାହ ସଂସ୍ଥା  ଏଏନଆଇ ତରଫରୁ ଏହି ସୂଚନା ଦିଆଯାଇଛି । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ।  ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛଥିଲେ । ବିଜେଡିରୁ ଇସ୍ତଫା ଦେବା ପରେ ସେ କହିଥିଲେ । ୧୭ତମ ଲୋକସଭାର କାର୍ୟ୍ୟକାଳ ସରିଯାଇଛି। ସାଂସଦ ଭାବେ ଓ ବିଜେଡି ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ଠିକ୍‌ ଭାବେ କରିଛି ବୋଲି ଭାବୁଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ଯେତେ ପ୍ରକାର କାର୍ୟ୍ୟରେ ସାମିଲ ହେବା କଥା ହୋଇଛି। ଅନ୍ତିମ ପର୍ୟ୍ୟାୟରେ ଯେତେବେଳେ ନିର୍ବାଚନ ଘୋଷଣା ହୋଇଗଲାଣି, ସେତେବେଳେ ବିଜେଡିଠାରୁ ନିଜକୁ ଦୂରେଇ ନେଉଛି। ତେବେ ଏଠି ପ୍ରଶ୍ନ ହେଉଛି କାହିଁକି? ଏହାର ସଂକ୍ଷିପ୍ତ ଉତ୍ତର ହେଉଛି, ବିଜେଡିରେ ବହୁ ପରିବର୍ତ୍ତନ ହୋଇଯାଇଛି। ଦୁର୍ନୀତି ଓ ବ୍ୟକ୍ତିଗତ ସମ୍ପତି ଆହରଣ ବିରୋଧରେ ଲଢ଼ିବା ପାଇଁ ବିଜେଡି ତିଆରି ହୋଇଥିଲା। ଓଡ଼ିଶାବାସୀ ମଧ୍ୟ ବିଜେଡିକୁ ବାରମ୍ୱାର ସମର୍ଥନ ଦେଇଛନ୍ତି। ଗତ କିଛି ବର୍ଷ ହେଲା ଦଳ ଯେଉଁଭଳି ପରିଚାଳିତ ହେଉଛି, ତାହାର ସଂଶୋଧନ ପାଇଁ ବହୁବାର ଉଦ୍ୟମ କରିଛି ଓ କହିଛି। କିନ୍ତୁ ସେଥିରେ କିଛି ସୁଫଳ ମିଳିଲା ନାହିଁ। ତେଣୁ ପୁନର୍ବାର ଯେତେବେଳେ ନିର୍ବାଚନ ଆସିବାକୁ ଯାଉଛି, ମୁଁ ଭାବୁଛି ଦଳଠାରୁ ଦୂରେଇ ଗଲେ ଅଧିକ ପ୍ରଖର ଭାବେ କାର୍ୟ୍ୟ କରିପାରିବି। ମୁଁ ଯେତେବେଳେ ବନ୍ଧନରେ ରହିଯାଉଥିଲି, ସେତେବେଳେ ମୋର ଅନୁଭବକୁ ପ୍ରକାଶ କରିବା ପାଇଁ ବାଧା ଦିଆଯାଉଥିଲା। ଯଦି କିଛି କହିଲି, ତାକୁ କଦର୍ଥ କରି ସମାଲୋଚନା କରାଯାଉଥିଲା। ଭଲ ହେବ ଯଦି ମୁଁ ଦଳଠାରୁ ଦୂରେଇ ଯିବି। ସେଥିପାଇଁ ବିଜେଡିରୁ ଇସ୍ତଫା ଦେଲି ବୋଲି ଶ୍ରୀ ମହତାବ କହିଥିଲେ ।

    ତେବେ ଆଜି ସେ ବିଜେପିରେ ସାମିଲ ହେବା ପରେ କଟକରେ ୨୦୨୪ ନିର୍ବାଚନ ମଧ୍ୟ ଜୋରଦାର ହେବ ବୋଲି ଜଣାପଡୁଛି । କାରଣ କଟକ ପାଇଁ ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାବେଳେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ଏହି ଆସନ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପ୍ରକୃତରେ ବିଜେପି କାହାକୁ ପ୍ରାର୍ଥୀ କରୁଛି ତାରି ଉପରେ ସମସ୍ତଙ୍କ ନଜର ।

    Maximum 500 characters

    ତାଜା ଖବର View all

    Find Us on Facebook