Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଭାରତଛାଡ଼ ଆନ୍ଦୋଳନ ସମୟରେ ଉତ୍କଳୀୟଙ୍କ ସଂଘର୍ଷ

    Share on :
    ajab-Image
    Date: Jun 4, 2022    Views: 6072

    କୁହାଯାଏ, ଇଂରେଜ ସାମ୍ରାଜ୍ୟରେ ସୂର୍ଯ୍ୟାସ୍ତହୁଏନା । ସେଇ ଇଂରେଜ ଦିନେ ବୁଝିଲା ଯେ ବୀର ଭାରତୀୟମାନଙ୍କ ଭିତରେ ଦେଶପ୍ରେମ ଜାତି ପ୍ରୀତିର ଭାବନା । ଅଗଷ୍ଟ ବିପ୍ଳବ ଥିଲା ଭାରତର ସ୍ୱାଧୀନତା ସଂଗ୍ରାମର ଅନ୍ତିମ ପର୍ଯ୍ୟାୟ । କଂଗ୍ରେସ ଉପରେ ଲୋକମାନଙ୍କର ଯେଉଁ ଅଖଣ୍ଡ ଓ ଅତୁଟ ବିଶ୍ୱାସ ଥିଲା, ତାହା ଇଂରେଜ ଶାସକ ହୃଦୟଙ୍ଗମ କରି ବହୁ ଅକଥନୀୟ ଅତ୍ୟାଚାର, ହତ୍ୟା, କାରାବାସ, ଫାଶୀ, ପୋଡ଼ାଜଳା ସତ୍ତେ୍ୱ ମଧ୍ୟ ଦମନ କରିପାରିଲା ନାହିଁ । 

    ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ଭାରତକୁ ପୂର୍ଣ୍ଣ ସ୍ୱାଧୀନତା ଦେବାର ଅଧିକାର ସ୍ପଷ୍ଟ ହୋଇଯାଇଥିଲା । ସଂଗଠିତ ଭାବରେ ଭାରତର ପ୍ରତି କୋଣାନୁକୋଣରୁ ବ୍ରିଟିଶ ସରକାର ବିରୁଦ୍ଧରେ ଅଶାନ୍ତି ଓ ଅସନ୍ତୋଷର ବହ୍ନି ଖାଲି ଲେଲିହାନ ଶିଖାରେ ଜଳି ଉଠିଥିଲା ବରଂ ଉପନିବେଶବାଦୀ ଇଂରେଜ ଶକ୍ତିର ମେରୁଦଣ୍ଡ ଦୋହଲାଇ ଦେଇଥିଲା । 
    ଗାନ୍ଧୀଙ୍କ ସହ ସ୍ୱର ମିଳାଇ ତାଙ୍କ ବାଣୀରେ ଦୀକ୍ଷିତ ହୋଇ ଓଡ଼ିଶାର ଅସଂଖ୍ୟ ବୀର ମୁକ୍ତ ସଂଗ୍ରାମରେ ହସି ହସି ପ୍ରାଣବଳି ଦେଇ ଅମର ହୋଇ ରହିଯାଇଛନ୍ତି । ଶିକ୍ଷାଦୀକ୍ଷା, ସଂସାର, ଚାକିରି, ସବୁକୁ ତୁଚ୍ଛମଣି ଯେଉଁ ସମର୍ପିତ ସେନାଗଣ ମାତୃଭୂମିର ମୁକ୍ତି ସଂଗ୍ରାମରେ ଝାସ ଦେଲେ, ସେମାନଙ୍କ ମଧ୍ୟରୁ କେତେକଙ୍କ ନାଁ ଇତିହାସରେ ଅଜ୍ଞାତ । ଦେଶପାଇଁ ଯେଉଁ ଜୀବନ ସମର୍ପିତ ସେ ହିଁ ଭାରତମାତାର ବରପୁତ୍ର ତଥା ଶ୍ରେଷ୍ଠ ଶହୀଦ । ବିଦେଶୀ ଶୋଷକଠାରୁ ଶତଗୁଣେ ଆମର ଶତ୍ରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ଦୋହଲାଇ ଦେଇଥିଲା । ଯୁଦ୍ଧକାଳୀନ ପରିସ୍ଥିତିରେ ମାତ୍ରାଧିକ ଦରଦାମ, ଅତ୍ୟାବଶ୍ୟକୀୟ ଜିନିଷର ଅଭାବ ସାଧାରଣ ଲୋକଙ୍କୁ ବହୁ ବାଧୁଥିଲା । ଦୁର୍ଭିକ୍ଷର କରାଳ ଛାୟା ମଧ୍ୟ ଅନେକ ରାଜ୍ୟକୁ ଗ୍ରାସ କରିଥିଲା । ସେହି ସମୟରେ ଗାନ୍ଧିଜୀଙ୍କର ‘କର ଅବା ମର’ ଡ଼ାକରାରେ ଭାରତୀୟ ଜନତା ସାମିଲ ହୋଇ ବରଂ ଦେଶ ପାଇଁ ମରିବାକୁ ବେଶୀ ପସନ୍ଦ କଲେ । 

    ୧୯୪୩୪ ମସିହାରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ଗୋପବନ୍ଧୁ ଚୌଧୁରୀ ବରୀଠାରେ ସ୍ୱରାଜ ଆଶ୍ରମ ପ୍ରତିଷ୍ଠା କରି ଗାନ୍ଧୀବାର୍ତ୍ତା ପ୍ରଚାର କଲେ । ଏହାର ଶାଖାମାନ କାଇପଡ଼ା, ରାମଚନ୍ଦ୍ରପୁର, ଆନିକଣ ଓ ସନ୍ୟାସୀପୁରରେ ଖୋଲି ମୁକ୍ତି ସଂଗ୍ରାମ ପାଇଁ ତାଲିମ ଦେଲେ । ଏଥି ସହିତ ବାନରସେନା ଗୋଷ୍ଠୀ ଗଠନ କରି ସରକାରଙ୍କର ସମସ୍ତ କାମକୁ ଅଚଳ କରି ଦେବା ପାଇଁ ଶପଥ ପର୍ବ ଆରମ୍ଭ ହେଲା । କୃଷ୍ଣନଗର ଗାଁର ବହୁଲୋକ ବାନରସେନରେ ଯୋଗ ଦେଲେ । ଆରମ୍ଭ ହେଲା ଥାନା, କଚେରୀ, ଡ଼ାକଘର ପୋଡ଼ାଜଳା । ୧୯୪୨ ମସିହାରେ ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀଙ୍କୁ ଗିରଫ କରିବା ଖବର ପ୍ରଚାରିତ ହେବା ପରେ ବାନରସେନା ଉତ୍ତ୍ୟକ୍ତ ହୋଇ ଥାନା ଓ ଡ଼ାକଘର ପୋଡ଼ା ଆରମ୍ଭ କରିଦେଲେ ।

    କେତେକ ନେତା ସୁଡଙ୍ଗ ତିଆରି କରି ତା’ ଭିତରେ ଲୁଚି ଇଂରେଜ ସରକାରର ଗତିବିଧି ପ୍ରତି ତୀକ୍ଷଣ ନଜର ରଖି ଯୋଜନା ପ୍ରସ୍ତୁତ କରୁଥିଲେ । ସେମାନେ ହେଲେ ବୀରକିଶୋର ରାୟ, ହଳଧର ଦାସ, ଜୟମଣି ସାମଲ, ତ୍ରିଲୋଚନ ମହାନ୍ତି, ବିଚିତ୍ରାନନ୍ଦ ଶୁକ୍ଳ ଇତ୍ୟାଦି । ହଜାର ହଜାର ଜନତା ବିଂଝାରପୁରରେ ଗିରଫର ପ୍ରତିବାଦ କରି ଧରାଶୟୀ କାଇପଡ଼ା କଳାମାଟିଆରୁ ଆନ୍ଦୋଳନ, ଗିରଫଦାରୀ, ଗୁଳିଗୋଳା ଆରମ୍ଭ ହୋଇ ସହରରୁ ସହର ଗାଁକୁ ଗାଁ ବ୍ୟାପିବାକୁ ଲାଗିଲେ । ଏପରି ଧିରେ ଧିରେ ସଂଘର୍ଷ ବିଦ୍ରୋହର ରୂପ ନେଲା । 

    Maximum 500 characters

    ଆମ ସମସ୍ୟା View all

    Find Us on Facebook