Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ଼ ଖବର: ଟିକେଟ ଘୋଷଣା ନହେଉଣୁ ନର୍ଲାରୁ ଲଢିବି କହିଲେ ଭକ୍ତ ଦାସ

    Share on :
    ajab-Image
    Date: Mar 28, 2024    Views: 3940

    ଭୁବନେଶ୍ୱର: ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଟିକେଟ ଘୋଷଣା ହୋଇନାହିଁ ।  ଏହା ସତ୍ତ୍ୱେ ନିର୍ବାଚନ ଲଢିବା ପାଇଁ ବିଧାନସଭା ଆସନର ନାମ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ । ନର୍ଲା ବିଧାନସଭାରୁ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।

    ସେ କହିଛନ୍ତି ଯେ ଏପ୍ରିଲ ପ୍ରଥମ ସପ୍ତାହରେ ଆମ ଦଳର ଟିକେଟ ଘୋଷଣା ହେବ । ଓଡ଼ିଶାବାସୀ ଖୁସି ନୁହନ୍ତି, ଏକଥା ଆମେ ସମସ୍ତଙ୍କୁ ଚେତାଇବୁ । କମ ଭୋଟରେ ହାରିଥିବା ୬୦ ସିଟ ଘୋଷଣା ହେବ । ୧୦୦ରୁ ଅଧିକ ଆସନ କଂଗ୍ରେସ ଜିତିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ କହିଛନ୍ତି ।

    ତେବେ ଯଦି କଂଗ୍ରେସ ଆସନ୍ତା ଏପ୍ରିଲରେ ଟିକେଟ ଘୋଷଣା କରିବ, ତେବେ ଶ୍ରୀ ଦାସ ନର୍ଲାରୁ ଲଢିବେ ବୋଲି କେମିତି ଜାଣିଲେ, ତାହା ରାଜନୈତିକ ମହଲରେ ପ୍ରଶ୍ଚବାଚୀ ସୃଷ୍ଟି ହୋଇଛି ।  

     

    Maximum 500 characters

    ତାଜା ଖବର View all

    Find Us on Facebook