Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବେଲପତ୍ରରେ ଲୁଚିରହିଛି ସୌନ୍ଦର୍ଯ୍ୟତାର ଚାବିକାଠି

    Share on :
    ajab-Image
    Date: Oct 6, 2022    Views: 2524

    ଭୁବନେଶ୍ୱର: ପୂଜା ପାଇଁ ବ୍ୟବହୃତ ହେଉଥିବା ବେଲପତ୍ରକୁ ସୌନ୍ଦର୍ଯ୍ୟ ଉପଚାରରେ ମଧ୍ୟ ବ୍ୟବହାର କରିହେବ। ତ୍ୱଚାରୁ ଆରମ୍ଭ କରି କେଶର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ବେଲପତ୍ର ଏକ ସୁନ୍ଦର ବିକଳ୍ପ…

    ତ୍ୱଚାରେ ଯଦି ବିଭିନ୍ନ ପ୍ରକାରର ଦାଗ ରହିଥାଏ ଅଥବା ତ୍ୱଚା କୁଣ୍ଡାଇ ହେଉଥାଏ ତେବେ ବେଲପତ୍ରକୁ ବାଟି ଲଗାନ୍ତୁ। କିଛିଦିନ ପରେ ଏହି ସମସ୍ୟା ରହିବ ନାହିଁ। ଏହା ବ୍ୟତୀତ ଯଦି ଦେହରୁ ଝାଳ ଗନ୍ଧ ହେଉଥାଏ ତେବେ କିଛି ଦିନ ପର୍ଯ୍ୟନ୍ତ ବେଲପତ୍ରକୁ ବାଟି ଲଗାନ୍ତୁ। ଏହା ସହିତ ସ୍ନାନ ସମୟରେ ବେଲପତ୍ରର ତେଲକୁ ଲଗାନ୍ତୁ।

    ଯଦି କେଶ ଝଡିବାର ସମସ୍ୟା ରହିଥାଏ ତେବେ ବେଲପତ୍ର ରସ ପ୍ରତିଦିନ ପିଅନ୍ତୁ। ଏହା ସହିତ ବେଲପତ୍ରକୁ ବାଟି ସେଥିରେ ଏକ ଚାମଚ ମହୁ ମିଶାଇ କେଶ ମୂଳରେ ଲଗାନ୍ତୁ। କିଛି ଘଣ୍ଟା ରଖିବା ପରେ କେଶ ଧୋଇ ଦିଅନ୍ତୁ। କିଛି ଦିନ ଏପରି କରିବା ଫଳରେ କେଶ ଝଡିବା କମ୍‌ ହେବା ସହିତ କେଶ ଅଧିକ କୋମଳ ହୋଇଯିବ।

    କେଶରେ ଯଦି ରୂପି ସମସ୍ୟା ରହିଥାଏ ତେବେ ବେଲପତ୍ରକୁ ବାଟି ରସ ବାହାର କରି ଦିଅନ୍ତୁ। ଏବେ ଏଥିରେ ଅଳ୍ପ କର୍ପୂର ଓ ରାଶି ତେଲ ମିଶାଇ କେଶ ମୂଳରେ ଲଗାନ୍ତୁ। ପ୍ରାୟ ଏକ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ନିୟମିତ ଏପରି କରିବା ଫଳରେ ରୂପି ସମସ୍ୟା ଦୂର ହୋଇଯିବ।


    ବେଲପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ତେଣୁ ଶରୀରର କୌଣସି ସ୍ଥାନରେ ଯଦି ଧଳା ଦାଗର ସମସ୍ୟା ରହିଥାଏ ତେବେ ବେଲପତ୍ର ବ୍ୟବହାର କରିହେବ। ଏଥିପାଇଁ ବେଲପତ୍ରକୁ ବାଟି ଅଧଘଣ୍ଟା ପର୍ଯ୍ୟନ୍ତ ସେହି ସ୍ଥାନରେ ଲଗାନ୍ତୁ। ଏହାପରେ ଧୋଇ ଦିଅନ୍ତୁ। କିଛି ଦିନ ପରେ ଧଳା ଦାଗ ଦୂର ହେବା ସହିତ ତ୍ୱଚା ଅଧିକ କୋମଳ ହୋଇପାରିବ।

    Maximum 500 characters

    ବିଶେଷ View all

    Find Us on Facebook