Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଠାକୁର ଘରେ ପୂଜା କରୁଛନ୍ତି କି ମା’ଲକ୍ଷ୍ମୀଙ୍କର ଏହି ମୂର୍ତ୍ତି ?

    Share on :
    ajab-Image
    Date: Jan 6, 2023    Views: 5534

    ଭୁବନେଶ୍ୱର: ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କୁ ଧନ ଓ ସୌଭାଗ୍ଯର ଦେବୀ ବୋଲି କୁହାଯାଏ। । ଯେଉଁ ବ୍ଯକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି, ସେ ଧନବାନ ହୋଇଥାନ୍ତି। ଆଉ ଯେଉଁ ବ୍ଯକ୍ତିଙ୍କ ଉପରେ ମାତା ପ୍ରସନ୍ନ ନଥାନ୍ତି, ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଧନବାନ ହୋଇପାରନ୍ତି ନାହିଁ । ଯେକୌଣସି ଦେବଦେବୀଙ୍କୁ ଆପଣ ପୂଜା କରନ୍ତୁ ସେହି ପୂଜାରେ କିଛି ନିୟମ ରହିଥାଏ। ଯାହାକୁ ମାନି ପୂଜା କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଏମିତିରେ ଆମେ ସମସ୍ତ ଦେବଦେବୀଙ୍କ ସ୍ୱରୂପ କୁ ମୂର୍ତ୍ତି ଆକାରରେ ଦେଖିଛେ।

    ସମସ୍ତଙ୍କ ଘରେ ପୂଜା ଘର ଅଛି। ଯେଉଁଠି ଆମେ ସମସ୍ତ ଦେବଦେବୀଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରିଥାଉ। କିଛି ଦେବତାଙ୍କ ମୂର୍ତ୍ତିକୁ ଘରେ ରଖି ପୂଜା କରିବା ମନା କରାଯାଇଛି। ଯେପରି କି ଶନିଦେବ। ତେବେ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ଘରେ ରଖି ପୂଜା କଲେ ମଧ୍ୟ ସମସ୍ତଙ୍କୁ ନେଇ କିଛି ନିୟମ ରହିଛି। ଆମେ ମନ ଇଚ୍ଛା କିଛି ବି ମୂର୍ତ୍ତି ଆଣି ଭଗବାନ ଙ୍କ ପୂଜା କରିବା ଆଦୌ ଉଚିତ ନୁହେଁ। କାରଣ ଶାସ୍ତ୍ରରେ ତାହାକୁ ବାରଣ କରଯାଇଛି। କିଛି ଜଣ ଅଛନ୍ତି ଯେଉଁମାନଙ୍କୁ ଏହା ସମ୍ପର୍କରେ ଜଣାନଥାଏ।

    ବଜାରରେ ଭଗବାନଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତି ଭିନ୍ନ ଭିନ୍ନ ଢ଼ଙ୍ଗରେ ତିଆରି ହୋଇ ବିକ୍ରି ହେଉଛି। ତେବେ ଭଗବାନଙ୍କର ଏମିତି କିଛି ରହିବା ସ୍ଥିତି ରହିଛି ଯାହାକୁ ନେଇ ଆମେ ପୂଜା କରିବା ଉଚିତ। ଆଜି ଜାଣିବା ମାତା ଲକ୍ଷ୍ମୀଙ୍କ କେଉଁ ମୂର୍ତ୍ତି ଘରେ ପୂଜା କରିବା ଉଚିତ।

    ଲୋକମାନେ ମା’ ଲକ୍ଷ୍ମୀଙ୍କର କ୍ରୁପା ପାଇବା ପାଇଁ ବିଭିନ୍ନ ଉପାୟରେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏହାପାଇଁ ଲୋକମାନେ ପୂଜା ଘରେ ମାତା ଲକ୍ଷ୍ମୀଙ୍କୁ ରଖି ପୂଜା କରିଥାନ୍ତି କିନ୍ତୁ ଦେବୀ ମୂର୍ତ୍ତି ରଖିବାର କ୍ଷତି ମଧ୍ୟ ହୋଇପାରେ ଯଦି ଆପଣ ତାହାକୁ ଠିକ ଭାବରେ ନ ରଖନ୍ତି। ଆସନ୍ତୁ ଜାଣିବା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ରଖିବାର ଠିକ୍ ଉପାୟ।

    - ପୂଜା ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ନିଶ୍ଚିତ ଥାଏ। କିନ୍ତୁ ଅନେକ ଥର ଭୁଲବଶତଃ ଦେବୀ ଲକ୍ଷ୍ମୀଙ୍କର ଛିଡାଥିବା ଅବସ୍ଥାରେ ପ୍ରତିମା ରଖି ଦେଇଥାନ୍ତି, ଯାହାକୁ ରଖିବା ଉଚିତ ନୁହେଁ। ମାତାଙ୍କର ଏହି ରୂପରେ କରାଯାଉଥିବା ପୂଜା କୌଣସି ଫଳ ପ୍ରାପ୍ତି କରିନଥାଏ।

    - ପୁରାଣ ଅନୁଯାୟୀ ଦେବୀ ଲକ୍ଷ୍ମୀ ଚଞ୍ଚଳ ଥାନ୍ତି ଏଥିପାଇଁ କେବେବି ତାଙ୍କର ଛିଡା ହୋଇଥିବା ଅବସ୍ଥାର ମୂର୍ତ୍ତି ରଖିବା ଉଚିତ ନୁହେଁ କାରଣ ସେ ସେହି ସ୍ଥାନରେ ଅଧିକ ସମୟ ଯାଏଁ ରହିପାରନ୍ତି ନାହିଁ। ସବୁବେଳେ ଘରେ ମାତା ଲକ୍ଷ୍ମୀଙ୍କର ବସିଥିବା ମୂର୍ତ୍ତି ରଖିବା ଉଚିତ।

    - ମାତା ଲକ୍ଷ୍ମୀଙ୍କର ବାହନ ପେଚା ଏବଂ ସେ ମଧ୍ୟ ଚଞ୍ଚଳ ସ୍ବଭାବର ହୋଇଥାଏ। ଏଥିପାଇଁ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି କେବେବି ପେଚା ଉପରେ ବସିଥିବାର ରଖିବା ନାହିଁ।

    - ଅଧିକାଂଶ ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ଭଗବାନ ଗଣେଶଙ୍କ ସହିତ ଦେଖିବାକୁ ମିଳିଥାଏ। ଏହିଭଳି ମୂର୍ତ୍ତି ରଖିବା ଭୁଲ ହୋଇଥାଏ। କାରଣ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ପତ୍ନୀ ଅଟନ୍ତି ଏଥିପାଇଁ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ବିଷ୍ଣୁଙ୍କ ମୂର୍ତ୍ତି ରଖିବା ଉଚିତ।

    - ମାତା ଲକ୍ଷ୍ମୀଙ୍କୁ କେବେବି କାନ୍ଥ ସହିତ ଲାଗିକି ରଖିବା ଉଚିତ ନୁହେଁ। ବାସ୍ତୁରେ ଏହାକୁ ଦେଖଯାଇଥାଏ। ମୂର୍ତ୍ତି ଏବଂ କାନ୍ଥ ମଧ୍ୟରେ ଦୂର ରଖିବା ଉଚିତ।

    - ଅନେକ ଲୋକ ନିଜ ପୂଜା ଘରେ ଦେବୀ ଲକ୍ଷ୍ମୀଙ୍କର ଏକ ରୁ ଅଧିକ ମୂର୍ତ୍ତି ବା ଫଟୋ ରଖିଥାନ୍ତି ଯାହାକୁ ଶାସ୍ତ୍ରରେ ବର୍ଜିତ ବୋଲି କୁହାଯାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook