Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରର ଏହି ସ୍ଥାନରେ ଲଗାଉଛନ୍ତି କି ପିତୃପୁରୁଷଙ୍କ ଫଟୋ ?

    Share on :
    ajab-Image
    Date: Dec 29, 2022    Views: 6474

    ଭୁବନେଶ୍ୱର: ପରିବାରରେ କୌଣସି ବୟୋଜ୍ୟେଷ୍ଠଙ୍କର ସ୍ବର୍ଗବାସ ହୋଇଗଲେ ତାଙ୍କ ସ୍ମୃତିରେ ଆମେ ଘରେ ତାଙ୍କର ଏକ ଫଟୋ ଲଗାଇ ତାହାକୁ ପୂଜା କରିଥାଉ। ଏହାଦ୍ୱାରା ଆମକୁ ତାଙ୍କର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜାଣନ୍ତି କି ବାସ୍ତୁଶାସ୍ତ୍ର ଅନୁଯାୟୀ, ପିତୃପୁରୁଷଙ୍କର ଫଟୋକୁ ଘରେ କେଉଁ ସ୍ଥାନରେ ଲଗାଇବା ଠିକ୍‌ ହେବ। ଜାଣନ୍ତୁ ସେ ସମ୍ପର୍କରେ..

    * ଅନେକ ଥର ଦେଖିବାକୁ ମିଳେ, କିଛି ଲୋକ ପିତୃପୁରୁଷଙ୍କର ଫଟୋକୁ ନେଇ ଠାକୁର ଘରେ ରଖି ପୂଜା କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଠାକୁର ଘରେ ପିତୃପୁରୁଷଙ୍କ ଫଟୋ ରଖି ପୂଜା କରିବା ଆଦୌ ଶୁଭଙ୍କର ନୁହେଁ। ଏହାଦ୍ୱାରା ଘରେ ଅନେକ ସମସ୍ୟା ଉପୁଜିଥାଏ ବୋଲି ବିଶ୍ୱାସ ରହିଛି।

    * ଘରର ଉତ୍ତର ଏବଂ ପୂର୍ବ ଦିଗ ଯେହେତୁ ଦେବଦେବୀଙ୍କର ରହିବା ସ୍ଥାନ ହୋଇଥାଏ, ତେଣୁ ଏହି ଦୁଇ ଦିଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ମଧ୍ୟ ଉଚିତ ନୁହେଁ। ଅନ୍ୟପକ୍ଷେ ଆପଣ ଚାହିଁଲେ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ପିତୃପୁରୁଷଙ୍କର ଫଟୋ ଲଗାଇପାରିବେ।

    * ସେହିପରି ଶୟନକକ୍ଷ ହେଉ ଅବା ରୋଷେଇ ଘର ଏପରି କି ଶିଡ଼ି ପାଖରେ ମଧ୍ୟ ପିତୃପୁରୁଷଙ୍କ ଫଟୋ ଲଗାଇବା ଠିକ୍‌ ନୁହେଁ। ଏହାଦ୍ୱାରା ଘରେ କଳହ ବଢ଼ିପାରେ ବୋଲି ବିଶ୍ୱାସ କରାଯାଏ। ଅନ୍ୟପକ୍ଷେ ଘରର ଠିକ୍‌ ମଧ୍ୟବର୍ତ୍ତୀ ସ୍ଥାନ, ଏପରି କି ବେଶି ଚଳପ୍ରଚଳ ହେଉଥିବା ସ୍ଥାନରେ ବି ଏହି ଫଟୋ ଲଗାଇବା ଉଚିତ ହେବ ନାହିଁ। ଏହାଦ୍ୱାରା ବାହାର ଲୋକଙ୍କ ନଜର ବାରମ୍ବାର ପିତୃପୁରୁଷଙ୍କ ଫଟୋ ଉପରେ ପଡିବ; ଯଦ୍ଦ୍ବାରା ଘରର ମାନ ସମ୍ମାନ ହାନି ହେବ ବୋଲି ବିଶ୍ୱାସ ରହିଛି।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook