Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ସାବଧାନ ! ବେଲଣା ଫେଡ଼ି କିଣିବା ସମୟରେ କରନ୍ତୁ ନାହିଁ ଏହି ଭୁଲ

    Share on :
    ajab-Image
    Date: Dec 28, 2022    Views: 5958

    ଭୁବନେଶ୍ୱର: ଘରେ ବିଭିନ୍ନ ପ୍ରକାରର ସମସ୍ୟା ପାଇଁ କେଉଁଠି ନା କେଉଁଠି ବାସ୍ତୁଦୋଷ ହିଁ ସାଜିଥାଏ ମୂଳ କାରଣ । ତେଣୁ ଘରେ କିଛି ବି କାମ ଆରମ୍ଭ କରିବା ପୂର୍ବରୁ ବା କିଛି ଜିନିଷ କିଣାକିଣି କରିବା କିମ୍ବା ଘର ସଜାଡ଼ିବା ଆଦି ସାଧାରଣ କାର୍ଯ୍ୟକଳାପ କରିବା ପୂର୍ବରୁ ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଅବଶ୍ୟକ । ସାଧାରଣତଃ ସମସ୍ତଙ୍କ ଘରେ ରୁଟି ତିଆରି କରିବା ପାଇଁ ବେଲଣା ପେଡି ଓ କାଠିର ବ୍ୟବହାର କରାଯାଇଥାଏ  । ହେଲେ ଆପଣ ଜାଣନ୍ତି କି ବାସ୍ତୁରେ ଅନ୍ୟ ବସ୍ତୁ ଛଡା ବେଲଣା ଓ ଏହାର କାଠିକୁ ନେଇ ରହିଛି କିଛି ସ୍ୱତନ୍ତ୍ର ନିୟମ  । ଯାହାକୁ ପାଳନ କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ  । ବାସ୍ତୁ ନିୟମ ଅନୁଯାୟୀ, ବେଲଣା ଓ କାଠି କିଣିବା ବେଳେ ଛୋଟ ଭୁଲ ବି ପରିବାରରେ ସମସ୍ୟା ବଢ଼ାଇ ଦେଇପାରେ  । ବେଲଣା ଓ କାଠି କିଣିବା ବେଳେ ବା ଏହାର ବ୍ୟବହାର ବେଳେ କେଉଁ ଭୁଲରୁ ବଞ୍ଚିବା ଦରକାର ।

    ଜାଣନ୍ତୁ, ବେଲଣା ପେଡି ଓ କାଠି ସହ ଜଡିତ କିଛି ବାସ୍ତୁ ନିୟମ । ବେଲଣା ପେଡି ଓ କାଠି କିଣିବାର ଶୁଭ-ଅଶୁଭ ଦିନ

    ବାସ୍ତୁ ଶାସ୍ତ୍ରରେ ଯେପରି କପଡା, ବାସନ, ଝାଡୁ, ସୁନା-ରୁପା ଓ ଅନ୍ୟ ଜିନିଷ କିଣିବାରେ ଶୁଭ-ଅଶୁଭ ଦିନ ନିର୍ଦ୍ଧାରିତ କରାଯାଇଛି  । ସେହିପରି ବେଲଣା ପେଡି ଓ କାଠି କିଣିବା ପାଇଁ ବୁଧବାର ଦିନକୁ ସବୁଠୁ ଶୁଭ ଦିନ ଭାବେ କୁହାଯାଇଛି  । ଏହାଛଡା ଆପଣ ଅନ୍ୟ ଦିନରେ ବି ଏହାକୁ କିଣି ପାରିବେ  । ହେଲେ ମଙ୍ଗଳବାର ଓ ଶନିବାର ଦିନ ବେଲଣା ପେଡି ଓ ବେଲଣା କାଠି କିଣିବା ମନା  । ଏହି ଦିନ କିଣିଲେ ଘରେ ଅଶୁଭ ହୋଇଥାଏ  । ବେଲଣା ପେଡି ଓ କାଠି ସହ ଜଡିତ ଏପରି ଭୁଲରେ ଆସିପାରେ ନକରାତ୍ମକତା

    - ଭୁଲରେ ବି ଭାଙ୍ଗିଥିବା ବେଲଣା ପେଡି ଓ କାଠି ବ୍ୟବହାର କରନ୍ତୁ ନାହିଁ  । ଏହାଦ୍ୱାରା କଳହ ଓ ଅସୁବିଧା ବଢ଼ିପାରେ  ।

    - ବେଲଣା ଓ କାଠିକୁ ବ୍ୟବହାର ପରେ ପ୍ରତି ଥର ସଫା କରନ୍ତୁ  । ବାସ୍ତୁ ଶାସ୍ତ୍ର ଅନୁସାରେ ଅପରିସ୍କାର ବେଲଣା ଓ କାଠି ବ୍ୟବହାର ଦ୍ୱାରା ଘରେ ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡିପାରେ  ।

    - ରୁଟି ବେଲିବା ବେଳେ ସର୍ବଦା ସଫା ସୁତର ସ୍ଥାନରେ ବେଲଣା ପେଡି ରଖିବା ଉଚିତ୍  । ଅଇଁଠା ବାସନ କିମ୍ବା ଅପରିସ୍କାର ସ୍ଥାନରେ ଏହାକୁ ରଖନ୍ତୁ ନାହିଁ  । ଏହାକୁ ଓଲଟା କରି କିମ୍ବା ଶସ୍ୟ ଉପରେ ରଖନ୍ତୁ ନାହିଁ  ।

    - ବାସ୍ତୁ ଅନୁସାରେ ଏହି କଥାର ବିଶେଷ ଧ୍ୟାନ ରଖିବା କଥା ଯେ ରୁଟି ବେଲିବା ସମୟରେ ବେଲଣାରୁ ଆବାଜ ଆସିବା କଥା ନୁହେଁ  ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook