Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ ଶାନ୍ତି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

    Share on :
    ajab-Image
    Date: Jul 18, 2022    Views: 5235

    ଭୁବନେଶ୍ୱର: ଏମିତି କେତୋଟି ବାସ୍ତୁଟିପ୍ସ ରହିଛି, ଯାହାକୁ ଆପଣାଇ ଘରେ ସୁଖଶାନ୍ତି ବୃଦ୍ଧି କରିହେବ। ତା’ସାଙ୍ଗକୁ ସମ୍ପର୍କରେ ମଧ୍ୟ ନିବିଡିତା ଅଣାଯାଇପାରିବ। ଯେମିତିକି:

    * ସପ୍ତାହରେ ଥରେ ହେଉନା କାହିଁକି ଝୁଣା ଧୂପ ଦେଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

    * କୁହାଯାଏ, ସୋରିଷ ତେଲରେ ଲବଙ୍ଗ ପକାଇ ସେଥିରେ ଦୀପ ଜାଳିଲେ ଘରେ କୁଆଡ଼େ ଶାନ୍ତି ବଢିଥାଏ।

    * ସେହିପରି ପ୍ରତି ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଢାଳିବା ମଧ୍ୟ ଶୁଭଫଳ ଦେଇଥାଏ।

    * ଅନ୍ୟପକ୍ଷେ ତାଓ୍ବାରେ ରୁଟି ସେକିବା ପୂର୍ବରେ ସେଥିରେ କିଛି କ୍ଷୀର ଛିଟିକା ମାରି ତା’ପରେ ରୁଟି ସେକିବା ମଧ୍ୟ ଏକ ଉତ୍ତମ ବାସ୍ତୁଟିପ୍ସ ଅଟେ।

    * ଆଉ ପ୍ରଥମ ସେକା ଯାଇଥିବା ରୁଟିକୁ ଗୋ-ମାତାକୁ ଖାଇବାକୁ ଦେବା ବି ଶୁଭ ହୋଇଥାଏ।

    * ଘରର କୌଣସି ସ୍ଥାନରେ ଶୁଖିଯାଇଥିବା ଫୁଲକୁ ରଖିବା ଆଦୌ ଠିକ୍‌ ନୁହେଁ।

    * ଆର୍ଶୀବାଦ ଭଙ୍ଗିରେ ଥିବା ସନ୍ଥ ମହାତ୍ମାଙ୍କର ଫଟୋକୁ ଡ୍ରଇଁ ରୁମ୍‌ରେ ଲଗାଇବା ବି ଶୁଭ ହୋଇଥାଏ।

    * ଚାରିକୋଣିଆ ଫର୍ଣ୍ଣିଚର ତୁଳନାରେ ଗୋଲାକାର ଆକୃତିର ଫର୍ଣ୍ଣିଚର ଘରେ ପକାଇଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

    * କିନ୍ତୁ ଘରେ ପକାଯାଉଥିବା ଡାଇନିଂ ଟେବୁଲ୍‌ ଗୋଲାକାର ନ ହୋଇ ଚାରିକୋଣିଆ ହେଲେ ହିଁ ଭଲ।

    * ଗ୍ଲାସ୍‌ରେ କିଛି ପାଣି ନେଇ ସେଥିରେ ଟିକେ ହଳଦୀ ପକାଇ ଆମ୍ବ ପତ୍ର ହେଉ ଅବା ପାନ ପତ୍ର ସାହାଯ୍ୟରେ ଘରେ ଏହାକୁ ଛିଞ୍ଚତ୍ଲେ ନକାରାତ୍ମକ ଶକ୍ତି ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook